ବ୍ରହ୍ମପୁର: କୁକୁଡାଖଣ୍ଡି ତହସିଲ ଅଧିନସ୍ଥ କୁକୁଡାଖଣ୍ଡି ବଜାର ଉପରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଅବମାନନାକରି ବ୍ୟାଙ୍କ ଚଳାଉଥିବା ଅଭିଯୋଗ ଆସିଥିଲା । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଅବମାନନା କରିଛନ୍ତି । ବ୍ୟାଙ୍କ ପରିସରରେ ସାନିଟାଇଜର ନଥିବା କି ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ମୁହଁରେ ମାସ୍କ ପରିଧାନ ନକରିବା, ବ୍ୟାଙ୍କ ନିକଟରେ ଥିବା ଏଟିଏମ୍ରେ ସାନିଟାଇଜର ନରଖିବା ସହ ବ୍ୟାଙ୍କ ପରିସରରେ ସମଦୂରତା ପାଇଁ ବ୍ୟବସ୍ଥା ନକରିବା ଦେଖି ତହସିଲଦାର ଡାଃ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିବା ସହ ୧୦ହଜାର ଟଙ୍କା ଜୋରିମାନା ପକାଇଥିବା କହିଛନ୍ତି । ସୂଚନାଥାଉକି, ମଧ୍ୟାହ୍ନସୁଦ୍ଧା ବ୍ୟାଙ୍କ ପରିସରକୁ ୨୫୦ରୁ ଊର୍ଦ୍ଧ୍ୱ ଲୋକେ ଟଙ୍କା ଉଠାଣ ପାଇଁ ଯାଇଥିଲେ ମଧ୍ୟ ସେଠାରେ ସୁରକ୍ଷାକର୍ମୀ କିମ୍ବା ସାନିଟାଇଜର ନଥିବା ଦେଖିବାକୁ ପାଇଥିଲେ । ତେଣୁ ତୁରନ୍ତ ଏଥିପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ କହିବା ସହ ଆର୍ଥିକ ଜୋରିମାନା ପକାଇଥିବା ସେ କହିଛନ୍ତି ।