
ବ୍ରହ୍ମପୁର: ସମ୍ପ୍ରତିକରୋନାଭୂତାଣୁକବଳରେସାରାବିଶ୍ୱ । ଏଥିରୁମୁକୁଳିବା ପାଇଁସମସ୍ତେଚେଷ୍ଟିତ ।ହେଲେମୁକୁଳିବା ପାଇଁ ଆବଶ୍ୟକଉପଚାରରସନ୍ଧାନ ମିଳିପାରିନାହିଁ । କେବଳ ବିକଳ୍ପ ବ୍ୟବସ୍ଥାରେ କାମ ଚାଲିଛି । କରୋନାର ଅଦୃଶ୍ୟ ଆକ୍ରମଣରେ ବିଶ୍ୱର ଅର୍ଥନୀତି ଭୁଷୁଡିି ପଡିଲାଣି, ପର୍ଯ୍ୟଟନ ଶିଳ୍ପ ବିପର୍ଯ୍ୟସ୍ତ ହୋଇ ଗଲାଣି । କେବଳ ବଞ୍ଚି ରହିଛି ମାନବିକତା । ଏହିମାନବିକତାର ସଙ୍କେତ ଓ ସଙ୍କଳ୍ପ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । କରୋନା ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଶ୍ରମିକ, ଦିନ ମଜୁରିଆଙ୍କୁ ଅତିଥିର ମର୍ଯ୍ୟାଦା ଦେଉଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସେମାନଙ୍କ ଥଇଥାନ, ଖାଦ୍ୟପେୟର ବନ୍ଦୋବସ୍ତ, ଜରୁରୀ ଉପକରଣ ଯୋଗାଣ, ସ୍ୱାସ୍ଥ୍ୟ ପରୀକ୍ଷାଭଳି ସମସ୍ତ ଆବଶ୍ୟକତାକୁ ପୂରଣ କରିଛି । ଗଞ୍ଜାମ ପ୍ରଶାସନର ଆତିଥେୟତାକୁ ପ୍ରସଂଶା କରୁଛନ୍ତି ଶ୍ରମଜୀବୀମାନେ ।
କରୋନା ମୁକାବିଲା ପାଇଁ ଆନ୍ତଃରାଜ୍ୟ ସୀମାଗୁଡିକୁ ସିଲ କରାଯାଇଛି । କଡା ଯାଞ୍ଚ ଜରିଆରେ ଅତ୍ୟାବଶ୍ୟକ ଯାନବାହନ ଗୁଡିକୁ ଯାତାୟତର ଅନୁମତି ଦିଆଯାଉଛି । ଏହାର ସୁଯୋଗ ନେଇ ବାହାର ରାଜ୍ୟରେ ଅଟକି ରହିଥିବା ବିଭିନ୍ନବର୍ଗର ଲୋକ ଉକ୍ତ ଭାରିଯାନ ମାଧ୍ୟମରେ ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ କଡା ତନଖି ଯୋଗୁ ପ୍ରଶାସନ ହାତରେ ଧରାପଡି ସରକାରୀ କ୍ୱାରେଣ୍ଟାଇନ୍ରେ ରହୁଛନ୍ତି । ଏପରିଭାବେ ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗୋଳନ୍ଥରା ଓ ଖୋର୍ଦ୍ଧା ଜିଲ୍ଲା ଗଞ୍ଜାମ ସୀମାନ୍ତବର୍ତ୍ତୀ ଗୁରାପଲ୍ଲୀ ଚେକ୍ ଗେଟ୍ରେ ଶହ ଶହ ଶ୍ରମଜୀବୀ ଧରାପଡି କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ଏପରି ଅବସ୍ଥାରେ ଧରାପଡି ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରେ ଅଛନ୍ତି । ହେଲେ କେଉଁଠି ଠିକରେ ଖାଇବାକୁ ମିଳୁନି ତ କେଉଁଠି ରହିବାର ସୁବିଧା ନ ଥିବା ଅଭିଯୋଗ ହେଉଛି ଏବଂ ତତ୍ସମ୍ପର୍କିତ ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ହେଲେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଧରାପଡିଥିବା ଲୋକଙ୍କୁ ଅତିଥିର ମର୍ଯ୍ୟାଦା ଦେଇ ରଖାଯାଇଛିବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ହାତରେ ଧରାପଡିଥିବା ବାହାର ରାଜ୍ୟର ଶ୍ରମଜୀବୀଙ୍କୁ କୋଭିଡ-୧୯(ଗେଷ୍ଟ ଅନ ଟ୍ରାଞ୍ଜିଟ୍ଟାଇମ୍) ନାମକ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ଏହି ଅତିଥି ଆଇସୋଲେସନ ସେଣ୍ଟରରେ ରଖାଯିବା ସହ ରନ୍ଧାଖାଦ୍ୟ, ପିଇବା ପାଣି, ସାବୁନ୍, ମାସ୍କ୍ ଯୋଗାଇ ଦିଆଯାଉଛି ।ଯେଉଁମାନେ ନିଜେ ରୋଷେଇକରି ଖାଇବାକୁ ଇଚ୍ଛାକରୁଛନ୍ତି ସେମାନଙ୍କୁ ଚାଉଳ, ଡାଲି, ଗ୍ୟାସ, ପରିବାଭଳି ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଉଛି । ଅତିଥି ଆଇସୋଲେସନ ସେଣ୍ଟରରେ ଅଟକି ରହିଥିବା ଶିଶୁଙ୍କୁ ଖେଳ ଉପକରଣ ମଧ୍ୟ ଦିଆଯାଇଛି । ଏପରିକି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା, ଦିନକୁ ଥରେ ମେଡିକାଲ ଟିମ୍ ଦ୍ୱାରା ଯାଞ୍ଚ କରିବା, ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସୁବିଧା ଅସୁବିଧା ବୁଝି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ଆତିଥେୟତାରେ ମୁଗ୍ଧ ହୋଇଛନ୍ତି ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ଅଟକି ରହିଥିବା ଶ୍ରମଜୀବୀ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସେମନାଙ୍କୁ ଅତିଥି ଭାବେ ଅଭିହିତ କରିଥିବା ବେଳେ ଗଞ୍ଜାମର ଆତିଥେୟତାକୁ ଭୁଲିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।
