ଧର୍ମଶାଳା– ଯାଜପୁର ଜିଲା ରସୁଲପୁର ବ୍ଳକ ବ୍ରହ୍ମବରଦାରେ ଚଳିତ ମାସ ୪ ତାରିଖ ଶନିବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ଜିଲାରେ କରୋନା ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ପ୍ରଥମେ ଶନିବାର ଦିନ ବ୍ରହ୍ମବରଦାକୁ ସଟ୍ ଡାଉନ ଘୋଷଣା କରାଯିବା ସହିତ ବ୍ରହ୍ମବରଦାର ଆଖପାଖ ୩ କି.ମି. ପର୍ଯ୍ୟନ୍ତ ସୀମାକୁ ସିଲ୍ କରାଯାଇଥିଲା । ୪୮ ଘଂଟା ପରେ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମବରଦାକୁ ମିଶାଇ ୧୨ ଗୋଟି ଗ୍ରାମକୁ ନିଷିଦ୍ଧାଚଂଳ ଭାବେ ଘୋଷଣା କଲେ । ପୁଣି ଆଜି ଅପରାହ୍ନରେ ଜିଲାପାଳ ରଞ୍ଜନ କୁମାର ଦାଶ ଏହି ନିଷିଦ୍ଧାଚଂଳର ଅବଧିକୁ ୧୨ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ହାତ ପାହାନ୍ତାରେ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଏଥିରେ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା, ମହେଶ୍ୱରପୁର, ଚାନ୍ଦପୁର, ଖଣ୍ଡାସ, ବାଲିଗୁଡା, ଲଙ୍କାବାଲିସାହି, ଦେଉଳି, ସାହାପଡା, ବନ୍ଧଡିହ ଓ ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋଠଡିହ, ବାଙ୍କସାହି ଓ ବଡରାଏପଡା ଆଦି ଗ୍ରାମକୁ ନିସିଦ୍ଧାଚଂଳ ଭାବେ ଘୋଷିତ ହୋଇଛି ।