
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – କୋଭିଡ-୧୯ କୁ ନେଇ ସାରାଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ଲକ ଡାଉନ ଘୋଷଣା କରାଯାଇଛି।ଯାହାଫଳରେ ଚାରିଆଡ଼େ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି।କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା ଦୋକାନ ପାଇଁ ନିୟମ ଟିକିଏ କୋହଳ କରାଯାଇଛି।ଏଭଳି ପରିସ୍ଥିତିରେ ଭଞ୍ଜନଗର ସହରରେ ଅନେକ ବୁଲା ଗାଈ ଗୋରୁ,କୁକୁର ଓ ପଶୁପକ୍ଷୀ ଙ୍କ ଅବସ୍ଥା କହିଲେ ନସରେ।ଖାଇବାକୁ ନପାଇ ଭୋକ ଉପାସରେ ରେ ସେମାନେ ଏଣେତେଣେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି।ଏହାଦେଖି ଭଞ୍ଜନଗର ଏନ ଏ ସି ୯ ନମ୍ବର ୱାର୍ଡର କିଛି ଯୁବକ ଏକାଠି ହୋଇ ନିଜ ଖର୍ଚ୍ଚରେ ପନିପରିବା ଓ ଭିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗଡ କରି ସହରରେ ବୁଲୁଥିବା ଏହି ଅସହାୟ ଜୀବଜନ୍ତୁ ଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଉଛନ୍ତି।ତାଙ୍କର ଏହି ମହାନ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO