ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କରୋନା ଆଇସୋଲେସନ୍ ୱାର୍ଡରେ ମଙ୍ଗଳବାର ପୁଣି ଆଉ ଜଣେ ନୂଆ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳରେ ଯୁବକଙ୍କ ଘର ହୋଇଥିବା ବେଳେ ସେ ଗତମାସରେ ଅହମ୍ମଦାବାଦରୁ ଫେରିଥିଲେ । ଥଣ୍ଡା କାଶ, ଜ୍ୱର ଥିବାରୁ ତାଙ୍କୁ ଏମ୍କେସିଜି ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି ଏବଂ ସ୍ୱାବ୍ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିବା ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି । ସୋମବାର ଜଣେ ସନ୍ଦିଗ୍ଧ ରହିଥିବା ବେଳେ ମଙ୍ଗଳବାର ଆଉ ଜଣେ ନୂଆ ସନ୍ଦିଗ୍ଧ ମୋଟ ୨ଜଣ ଆଇସୋଲେସନ୍ ୱାର୍ଡରେ ରହିଛନ୍ତି । ବୁଧବାର କିମ୍ବା ଗୁରୁବାର ରିପୋର୍ଟ ଆସିବା ପରେ ସେମାନେ ପଜିଟିଭ୍ ନା ନେଗେଟିଭ୍ ଜଣାପଡିବ ବୋଲି ସେ କହିଛନ୍ତି । ଏମ୍କେସିଜି ମେଡିକାଲ କଲେଜ ମାଇକ୍ରୋବାୟୋଲୋଜି ବିଭାଗରେ କୋଭିଡ୍-୧୯ ପରୀକ୍ଷା ମେସିନ୍ ଇନ୍ଷ୍ଟଲ୍ କରାଯାଇଛି । ମେସିନ୍ ଇନ୍ଷ୍ଟଲ୍ କରିବା ପରେ ଟ୍ରାଏଲ୍ କରାଯାଇଛି ଏବଂ ସଫଳ ହୋଇଛି । ମଙ୍ଗଳବାର ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)କୁ ଅନୁମତି ମଗାଯାଇଛି । ମେସିନ୍ରେ ଏକାସାଙ୍ଗରେ ୧୭ଟି ସ୍ୱାବ୍ ପରୀକ୍ଷା କରିବା ଭଳି ବ୍ୟବସ୍ଥା ରହିଛି । କିନ୍ତୁ ପରୀକ୍ଷା ପାଇଁ କିଟ୍ ଆସିନାହିଁ । ଅନୁମତି ମିଳିବା ସହ କିଟ୍ ମିଳିବା ପରେ ଏମ୍କେସିଜିରେ କରୋନା ପରୀକ୍ଷା ଆରମ୍ଭ ହେବ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024