ବ୍ରହ୍ମପୁର ସହର ସଟ୍ଡାଉନ୍
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ସଟ୍ ଡାଉନ୍ କଟକଣା ଜାରି ରହିଛି । ଏହାକୁ ଲୋକ ମାନୁନଥିବା ବେଳେ ଜିଲ୍ଲାରେ ୧୯ଘଣ୍ଟିଆ ସଟ୍ ଡାଉନ୍ କରିଛି ଜିଲ୍ଲା ପ୍ରଶାସନ । ସଟ୍ ଡାଉନ୍ ହେବା ପରେ ପ୍ରଶାସନ ଓ ପୁଲିସ ଅଧିକ କଠୋର ହୋଇଛି । ଅଯଥାରେ ବାହାରକୁ ଆସୁଥିବା ଲୋକ ଓ ମାସ୍କ ପିନ୍ଧୁନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।
ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଲୋକ ଘରୁ ବାହାରକୁ ବାହାରିପାରୁନଥିବାରୁ କିପରି ସେବା ଘରେ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି । ସବୁ ମାର୍କେଟ୍ରେ ସାମାଜିକ ଦୂରତା ରଖିବାକୁ ସଚେତନ କରାଯାଉଛି ଏବଂ ବିଏମ୍ସି ଏନ୍ଫୋର୍ସମେଣ୍ଟ ଏଥିପ୍ରତି ଗୁରୁତ୍ୱ ଦେଇ କାମ କରୁଛି ବୋଲି ସେ କହିଛନ୍ତି । ଯେଉଁଠି ସାମାଜିକ ଦୂରତା ରହିବ ନାହିଁ ସମ୍ପୃକ୍ତ ଦୋକାନ ଓ ମାର୍କେଟ୍କୁ ସିଲ୍ କରାଯିବ ବୋଲି କମିଶନର ରାଠୋର ସୂଚନା ଦେଇଛନ୍ତି । ମହାନଗର ନିଗମ ୨୧ଟି ୱାର୍ଡରେ ୬ହଜାର ହିତାଧିକାରୀଙ୍କୁ ପେନ୍ସନ୍ ବଣ୍ଟା ସରିଥିବା ବେଳେ ଭତ୍ତା ବଣ୍ଟନ ସମୟରେ ମଧ୍ୟ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ବିଏମ୍ସିକୁ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ୧୫ଦିନର ରାସନ(ରିଲିଫ) ବଣ୍ଟନ କାର୍ଯ୍ୟ ଜାରି ରହିଛି । ମଙ୍ଗଳବାର ୧ହଜାର ପରିବାରକୁ ରିଲିଫ୍ ବଣ୍ଟନ କରାଯାଇଥିବା ବେଳେ ଅଦ୍ୟାବଧି ୮ହଜାର ପରିବାର ରିଲିଫ୍ ପାଇସାରିଛନ୍ତି ବୋଲି ସେ କହିଛନ୍ତି । ବର୍ତ୍ତମାନ ୩ମାସର ରାସନ ବଣ୍ଟନ ମଧ୍ୟ ଚାଲିଛି । ୨୦ହଜାର ହିତାଧିକାରୀଙ୍କୁ ରାସନ୍ ବଣ୍ଟନ ସରିଥିବା କମିଶନର ସୂଚନା ଦେଇଛନ୍ତି । ବର୍ତ୍ତମାନ ଔଷଧ ମଧ୍ୟ ଘରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଇଛି ।
Related Stories
November 24, 2024
November 24, 2024