
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – କୋଭିଡ-୧୯ କୁ ନେଇ ସାରା ଦେଶ ଏକ ବିପଦ ପରିସ୍ଥିତିର ସମ୍ନା କରୁଥିବା ବେଳେ ସରକାରୀ ସ୍ତରରେ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି।ଦେଶର ଏହି ଅସମୟରେ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସଙ୍ଗଠନ ସରକାରଙ୍କୁ ସହାୟତା ଯୋଗାଇଦେବାକୁ ବାହାରିଛନ୍ତି।ସେହିପରି ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀଙ୍କ ଝିଅ ଆଦ୍ୟାଶା ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସାହାଯ୍ୟ ର ହାତ ବଢ଼େଇଛନ୍ତି।ଗତ ୪ ତାରିଖରେ ଆଦ୍ୟାଶା ଙ୍କର ଜନ୍ମଦିନ ଉତ୍ସବ ଥିଲା।ହେଲେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ରେ ପଢ଼ୁଥିବା ଆଦ୍ୟାଶା ଜନ୍ମଦିନରେ ଖର୍ଚ୍ଚ ହେବାକୁ ଥିବା ୧୫ ହଜାର ଟଙ୍କା ସରକାରଙ୍କୁ ଏହି ବିପତ୍ତି ସମୟରେ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ।ଏହାଦେଖି ତାଙ୍କର ପିତା ତଥା ବିଡ଼ିଓ ଶ୍ରୀ ସେଠୀ ଝିଅର ଏହି ମହତ୍ତ ଉଦ୍ଦେଶ୍ୟ କୁ ପ୍ରଶଂସା କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO