ଚେନ୍ନାଇ। ତାମିଲନାଡୁରେ ଆଜି କରୋନାର ନୂଆ ୫୦ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ୪୮ଟି ମାମଲା ତବଲିଗି ଜମାତ ସହ ସଂପୃକ୍ତ । ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ବିଲା ରାଜେଶ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଏହା ସହିତ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୧ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୫୭୦ଟି ମାମଲା ତବଲିଗି ଜମାତ ସହ ସଂପୃକ୍ତ ।