
ବ୍ରହ୍ମପୁର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନକ୍ରମେ ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ବିଜେପିର ୪୦ତମ ପ୍ରତିଷ୍ଠା ଦିବସ ଘରେ ରହି ପାଳନ କରିଛନ୍ତି । ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ସାମାଜିକ ଦୂରତା ରକ୍ଷାକରି ଘରେ ରହି ଭାରତ ମାତାର ପୂଜା କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ, ଦିନଦୟାଲ ଉପାଧ୍ୟାୟ, ଅଟ୍ଟଳ ବିହାରୀ ବାଜପେୟୀ, ସୁଷମା ସ୍ୱରାଜଙ୍କପରି ବିଜେପିର ବରିଷ୍ଠ ନେତାଙ୍କ ଜୀବନୀକୁ ମନେ ପକାଇବା ସହ ଅସହାୟକଙ୍କ ପାଖରେ ଖାଦ୍ୟ, ମାସ୍କ ପହଞ୍ଚାଯାଇଛି । ସେହିଭଳି ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ବାସଭବନରେ ମଧ୍ୟ ଅନୁରୂପ ଭାବେ ଶ୍ରୀ ପତି ବିଜେପିର ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO