-
ବାଲେଶ୍ଵରରୁ ୧୪ ଶିଳ୍ପୀଙ୍କ ଅଂଶଗ୍ରହଣ
-
ଭାରତରୁ ସମୁଦାୟ ୪୦୦ ଚିତ୍ରଶିଳ୍ପୀଙ୍କ ଅନ୍ ଲାଇନ୍ ଶିବିର
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ଇଷ୍ଟର୍ନ ଫାଉଣ୍ଡେସନ୍ ଅଫ୍ ଆର୍ଟ ଆଣ୍ଡ୍ କଲଚର୍, ଓଡିଶା ପକ୍ଷରୁ ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଛି ଏକ ଅଭିନବ ଅଭିଯାନ। ଗତକାଲି ଏବଂ ଆଜି ଅର୍ଥାତ ଅପ୍ରେଲ ୫ ଓ ୬, ଏହି ଦୁଇଦିନ ଭାରତର ବିଭିନ୍ନ ପ୍ରାନ୍ତରରେ ରହୁଥିବା ପ୍ରାୟ ୪୦୦ ଜଣରୁ ଅଧିକ ଚିତ୍ରଶିଳ୍ପୀଙ୍କୁ ନେଇ ସାମାଜିକ ଦୂରତା ରକ୍ଷା ପୂର୍ବକ ଏକ ଅନ୍ ଲାଇନ୍ ଆର୍ଟ କ୍ୟାମ୍ପ୍ ବା ଚିତ୍ରକଳା ଶିବିର ଆୟୋଜିତ କରାଯାଇଛି। ଶିଳ୍ପୀ ପ୍ରଦୀପ୍ତ କିଶୋର ଦାସ ଏବଂ ୟୋତିଶ୍ କାସରଗଡ଼ ଏହି ଶିବିରକୁ ପରିଚାଳନା କରୁଛନ୍ତି।
ଏହି କ୍ୟାମ୍ପରେ ଚିତ୍ରଶିଳ୍ପୀମାନେ ନିଜ ଘରେ ଥାଇ ବିଭିନ୍ନ ମାଧ୍ୟମରେ ନିଜର ପସନ୍ଦ ଅନୁସାରେ ଚିତ୍ର କରିବାର ବ୍ୟବସ୍ଥା କରା ଯାଇଛି। ତଦନୁସାରେ, ପେଣ୍ଟିଂ, ରେଖାଚିତ୍ର, ବ୍ୟଙ୍ଗ ଚିତ୍ର, ଗ୍ରାଫିକ୍ ଚିତ୍ର, ଡିଜିଟାଲ୍ ଆର୍ଟ ଓ ଭାସ୍କର୍ଯ୍ୟ ଆଦି ମାଧ୍ୟମ ବା ମିଡିୟମ୍ ଗ୍ରହଣୀୟ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମ ମହାମାରୀ କରୋନାକୁ ବିନାଶ କରିବା ପାଇଁ ଏକ ଜନ ଜାଗରଣ ସୃଷ୍ଟି କରିବ ବୋଲି ଚିତ୍ରଶିଳ୍ପୀ ମାନେ ଆଶା ପୋଷଣ କରିଛନ୍ତି। ଜନଜାଗରଣ ସୃଷ୍ଟି ହେଲେ ହିଁ ନିଜକୁ ତଥା ସମାଜକୁ ସୁସ୍ଥ ରଖି ହେବ ଏବଂ ଚିତ୍ରଶିଳ୍ପୀ ଙ୍କର ଏହା ହିଁ ପ୍ରୟାସ ବୋଲି ପ୍ରଦୀପ୍ତ ଦାସ କହିଛନ୍ତି। ଏହି ଦୁଇ ଦିନରେ ଶିଳ୍ପୀ ମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର ସମୂହ ସାମାଜିକ ଗଣମାଧ୍ୟମରେ ଅପ୍ ଲୋଡ୍ କରାଯାଇ ବିଶ୍ଵ ଜନ ସମୁଦାୟକୁ କରୋନାରୁ ବର୍ତ୍ତିବାର ବାର୍ତ୍ତା ଦିଆଯିବ I
ଏହି କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀର ଠାରୁ କେରଳ ଏବଂ ରାଜସ୍ଥାନ ରୁ ଓଡିଶା ପର୍ଯ୍ୟନ୍ତ ସମସ୍ତ ରାଜ୍ୟର ଶିଳ୍ପୀମାନେ ଭାଗ ନେଇଛନ୍ତି I ଏହା ୫ ତାରିଖ ସକାଳ ୮ ଟା ରୁ ଆରମ୍ଭ ହୋଇଛି ଏବଂ ୬ ତାରିଖ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ I ଏହି ସମୟରେ ଦିଲ୍ଲୀ, କୋଲକାତା, ବମ୍ବେ, ଚେନାଇ, ବାଙ୍ଗାଲୋର, ପୁନେ, ଗୌହାଟୀ, ହାଇଦ୍ରାବାଦ, ଚଣ୍ଡିଗଡ, ଖଇରଗଡ଼, ରାଜକୋଟ, କୁରୁକ୍ଷେତ୍ର, ଫରିଦାବାଦ, ପାନିପଥ, ଆମ୍ବଲା ସିଟି, ରାଞ୍ଚି, ଜାମସେଦପୁର, ମହୀଶୂର , ଗୁଲବେରଗା, ମଲାଲାପୁରମ, ଇନ୍ଦୋର, ଗ୍ଵାଲିଅର, ଉଜ୍ଜୟିନ, ଥାନେ, କୋଲହାପୁର, ଲୁଧିଆନା, ଜଳନ୍ଧର, ପଠାଣକୋଟ, ତ୍ରିପୁରା, ଆଲିଗଡ, ଲକ୍ଷ୍ନୌ, ରାୟବରେଲୀ, ନୋଇଡା, ବାରଣାସୀ, ପ୍ରୟାଗରାଜ, ମଥୁରା, ଝାନ୍ସୀ, ଶିଲିଗୁଡି, ଖଡ଼ଗପୁର, ମେଦିନୀପୁର, ମାଲଦା, ଦୁର୍ଗାପୁର, ବାଲେଶ୍ୱର, ଭୁବନେଶ୍ୱର, କେନ୍ଦ୍ରାପଡ଼ା, କଟକ, ବ୍ରହ୍ମପୁର, ଯାଜପୁର, ବାରିପଦା, ରାୟଗଡା, ଜୟପୁର, ଯୋଧପୁର, ଉଦୟପୁର , ଛତିଶଗଡ, ହଲଦନି ଆଦି ଅନେକ ସହରର ଶିଳ୍ପୀ ଏକକାଳୀନ ଅନ୍ ଲାଇନ୍ ମାଧ୍ୟମରେ ଚିତ୍ର ଆଙ୍କିବାର ସୁଯୋଗ ନେଇଛନ୍ତି। ଏଥିସହ ନିଜର ଶ୍ରେଷ୍ଠ କୃତି ଦ୍ୱାରା କରୋନାକୁ ବିଫଳ କରିବାର ପ୍ରୟାସ କରିଛନ୍ତି I
ଏହି ଅନ୍ ଲାଇନ୍ ଆର୍ଟ କ୍ୟାମ୍ପ୍ ରେ ଦେଶର ବହୁ ବରିଷ୍ଠ ତଥା ଅନୁଭବୀ ଶିଳ୍ପୀଙ୍କ ସହିତ କନିଷ୍ଠ ଯୁବଶିଳ୍ପୀ ମାନେ ଭାଗ ନେଇଛନ୍ତି। ୧୬ ବର୍ଷ ବୟସରୁ ୭୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଳ୍ପୀ ମାନେ ଏହି ଶିବିରରେ ସାମିଲ ଅଛନ୍ତି I ରାଜସ୍ଥାନର ବରିଷ୍ଠ ଶିଳ୍ପୀ ସୟିଦ ମେହେର ଆବାସ ଅଲି (୭୪), ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କବି ତଥା ଚିତ୍ରକର ଅମିତ କଲା, କେଶବ ବର୍ଣ୍ଣଟି(୪୭), ୟୋତିଷ(୪୬), ପ୍ରଦୀପ୍ତ ଦାସ (୪୬), ରବିକାନ୍ତ ଶର୍ମା(୪୫), ଓଡ଼ିଶାର ବିଶିଷ୍ଟ ଶିଳ୍ପୀ ପଞ୍ଚାନନ ସାମଲ(୫୦), ଅଶୋକ କୁମାର ଦାସ(୪୫), ଦିଲୀପ ମଲିକ(୩୪), ସଞ୍ଜୟ କୁମାର ରାଉଳ(୨୬), ମନୋଜ, ଆର୍ଯ୍ୟପ୍ରଜ୍ଞ ବାସବଦତ୍ତ, ସଂଗୀତ ସାମନ୍ତରାୟ , ରୂପକ, ଆସାମର ଯୋଗେନ୍ଦ୍ର ସିଂ (୫୦), ଝାରଖଣ୍ଡର ବିଶ୍ୱନାଥ ଲାକ୍ରା (୫୩), ଦିଲ୍ଲୀର ସୁସ୍ନାତା ଚଟାର୍ଜି (୪୫) ,ପ୍ରସନ୍ନ ମହାରଣା (୫୦), କେ. ବିଶ୍ୱନାଥନ (୫୫), ମାଲଦାର ସୁମିତ ଦାସ (୫୧), ମହାରାଷ୍ଟ୍ରର ରଞ୍ଜିତ ଦତ୍ତାତ୍ରୟ ବେରମ (୪୭), ଚେନାଇର ବାଲସୁବ୍ରମଣ୍ୟମ (୬୪), ଲକ୍ଷ୍ନୌର ଅନିତା ନାରାୟଣ (୬୪), ବାଙ୍ଗାଲୋରର ଡାକ୍ତର ଶାଳିନୀ ସିଂ (୪୫), କୋଲକାତାର ଅଭିଜିତ ଚାଟାର୍ଜୀ (୪୩), ରାଜମୁନ୍ଦ୍ରିର ପିଉପଲ ବାପିରଯୁ (୫୦), ରାଜକୋଟର ଉମେଶ କୁମାର (୫୦) ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ବାଲେଶ୍ଵର ଯେଉଁ ଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି ସେମାନେ ହେଲେ, ସଞ୍ଜୟ କୁମାର ରାଉଳ, ଅରୁଣ ବାରିକ, ସଙ୍ଗୀତ ସାମନ୍ତରାୟ, ଆର୍ଯ୍ୟପ୍ରଜ୍ଞା ବାସଵଦତ୍ତ, ପ୍ରୀତମ ନାୟକ, ପବିତ୍ର ଦତ୍ତ ରଙ୍କନିଧି ସୁତାର, ଅଂଶୁମାନ ଦେ, ରିସୀତା ଖଟୁଆ, ଦିଲ୍ଲୀପ ମଲ୍ଲିକ, ଦେବଦତ୍ତ ସାହୁ, ଇପ୍ସିତା ଦେ, କିଶୋର ନାୟକ ଏବଂ ଅପରାଜିତା ସାହୁ ପ୍ରମୁଖ। ଏଥିରେ ଟିକମ ଖଣ୍ଡପI, ମନୋଜ, ନୃସିଂହ ଚରଣ ଓଝା, ଦେବଦତ୍ତ ସାହୁ , କାମିନିକାନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I