-
ଶଟ ଡାଉନ ଉଠିବା ପରେ ଦୋକାନରେ ଭୀଡ କରନ୍ତୁ ନାହିଁ – ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର । ଆଜି ରାତି ଆଠଟା ପରେ ନଶ୍ୱର, କଟକ, ଭଦ୍ରକ ସହରରେ ଉଠିବ ଶଟ ଡାଉନ ହଟି ଯିବ । ତେବେ ଏହା ପରେ ଲୋକ ମାନେ ବିଭିନ୍ନ ଦୋକାନରେ ଭୀଡ କରନ୍ତୁ ନାହିଁ । ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅପିଲ କରିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଶଟ ଡାଉନ ଏହି ସହର ମାନଙ୍କରେ ସଫଳ ହୋଇଛନ୍ତି । ଲୋକମାନେ ଏହାକୁ ସଫଳ କରିବାରେ ସହଯୋଗ କରିଛନ୍ତି । ଏହା ଫଳରେ ଶଟ ଡାଉନ କରିବାର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ସଫଳ ହୋଇଛି । ସେ କହିଛନ୍ତି ଯେ ଅତ୍ୟାବଶ୍ୟକ ଜିନିଷର କୌଣସି ପ୍ରକାର ଅଭାବ ନାହିଁ । ଏପରି ପରିସ୍ଥିତିରେ ଲୋକ ମାନେ ଶଟ ଡାଉନ ଶେଷ ହେଲା ପରେ କୌଣସି ପ୍ରକାର ଦୋକାନ ମାନଙ୍କରେ ଭୀଡ କରନ୍ତୁ ନାହିଁ । ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ । ଏହି ରୋଗ ସଂକ୍ରମିତ ହେବାରୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ । ଲକ ଡାଉନ ସମୟରେ ଆବଶ୍ୟକୀୟ ଜିନିଷର ଦୋକାନ ଖୋଲା ରହିବ । ତେଣୁ ଲୋକ ମାନେ ଦୋକାନରେ ଭୀଡ ନ କରିବାକୁ ସେ ଅପିଲ କରିଛନ୍ତି । ନ ହେଲେ ଶଟ ଡାଉନ କାରଣରୁ ଯେଉଁ ଲାଭ ପାଇଛେ ତାହା ଆମେ ହରାଇବା ବୋଲି ସେ କହିଛନ୍ତି । ଯଦି ସୋସିଆଲ ଡିଷ୍ଟାନ୍ସିଂକୁ ଲୋକ ମାନେ ନ ମାନନ୍ତି ତେବେ ପ୍ରଶାସନ କଠୋର ନିଷ୍ପତି ନେବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି ।
ସେ କମ୍ୟୁନିଟି ନେତା ଓ ସମାଜରେ ପ୍ରଭାବଶାଳୀ ଲୋକ ମାନଙ୍କୁ ଏ ନେଇ ଲୋକ ମାନଙ୍କୁ ବୁଝାଇବାକୁ ଅପିଲ କରିଛନ୍ତି ।
ଶଟ ଡାଉନକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ସେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।