ମାଲକାନଗିରି – ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରିର ଆନୁକୂଲ୍ୟରେ ୧୯.୦୯.୨୦୧୯, ଏମ.ଭି.-୧୭ ଗ୍ରାମ ଠାରେ ଏସିଡ଼ ଆକ୍ରମଣ ପୀଡ଼ିତାଙ୍କ ଆଇନସେବା, ଏଥିପାଇଁ ଭାରତୀୟ ପିଙ୍ଗଳ ଧାରରାରେ ରହିଥିବା ଦଣ୍ଡ ବିଧାନ ଓ ବ୍ୟବସ୍ଥା ଓ ପୀଡ଼ିତ କ୍ଷତି ପୂରଣ ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଅମରେଶ ନାୟକ, ଡା. ତନ୍ମୟ ଖମାରୀ, ଏମ.ଓ.ସିଏଚସି, ଏମଭି ୧୯ ଶିଶୁ ମଙ୍ଗଳ ସମିତିର ସଦସ୍ୟ ତଥା ଆଇନଜୀବି ଶ୍ରୀ ଦୀନବନ୍ଧୁ ଦାସ ଅଧ୍ୟାପକ ମାଲକାନଗିରି ମହା ବିଦ୍ୟାଳୟ, ମାଲକାନଗିରି ଡା ରଂଜନ କୁମାର ସ୍ୱାଇଁ ଏବଂପୋଲିସ କର୍ମଚାରୀ, ଏମଭି-୧୭ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଧ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଚିବ ଅମରେଶ ନାୟକ ଏସିଡ଼ ଆକ୍ରମଣ ପୀଡ଼ିତାଙ୍କୁ ଆଇନସେବା, ଏଥିପାଇଁ ଭାରତୀୟ ପିଙ୍ଗଳ ଧାରାରେ ରହିଥିବା ଦଣ୍ଡ ବିଧାନ ଓ ବ୍ୟବସ୍ଥା ଏବଂ ଫୌଜଦାରୀ ଦଣ୍ଡ ବିଧି ସଂହିତା ର ଧାର ୩୫୭ (କ) ଅନୁଯାୟୀ ପୀଡ଼ିତ ବ୍ୟକ୍ତିଙ୍କୁ ବା ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କୁ କ୍ଷତି ପୂରଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେହିପରି ଭାରତୀୟ ସମ୍ବିଧାନରେ ପ୍ରଦତ ମାନବିକ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ, କନ୍ୟା ସନ୍ତାନର ମହତ୍ୱ, ପ୍ରାକ ଗର୍ଭଧାରଣ ଓ ପ୍ରାକ୍ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧିନିୟମ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ପାରିବାରିକ ଘରୋଇ ହିଂସା, ଯୌତୁକ ନିର୍ଯ୍ୟାତନା, ଲିଙ୍ଗ ଚୟନ ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିବେ ସେହି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୮୦ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଆଇନ ସେବା ପ୍ରାଧିକରଣର ସଚିବ ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଂଗେ ସଂଗେ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟସ୍ଥିତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ ।