
ଭୁବନେଶ୍ୱର- ଶୁକ୍ରବାର ପୂର୍ବାହ୍ନରେ ଦେବାଶିଷ ମଲ୍ଲିକ ଓଡ଼ିଶା ବନ ଉନ୍ନୟନ ନିଗମର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ନିଗମର ଅଧ୍ୟକ୍ଷ ଡ. ଗଗନ କୁମାର ଧଳ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ମଲ୍ଲିକଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀ ମଲ୍ଲିକ ନିଗମର ଅଧିକାରୀ ଓ କର୍ମ·ରୀମାନଙ୍କ ସହ ନିଗମର କାର୍ଯ୍ୟାବଳୀ ସଂପର୍କରେ ବିଷଦ ଆଲୋଚନା କରିବା ସହ ୫ “ଟି’ ସୂତ୍ରରେ ନିଗମକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ନିଗମ କାର୍ଯ୍ୟାଳୟରେ ଶ୍ରୀ ମଲ୍ଲିକଙ୍କୁ ସାଂସଦ ଅନୁଭବ ମହାନ୍ତି, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ, ଇଲେକ୍ଟ୍ରୋନିr ଓ ସୂଚନା ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଓଡ଼ିଶା ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।