ଭୁବନେଶ୍ୱର– ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି କୋବିଡ ହସପିଟାଲ ପ୍ରସ୍ତୁତ ହୋଇସାରିଛି । ଭୁବନେଶ୍ୱରରେ କିମ୍ସ ହସପିଟାଲରେ ୫ ଶହ ଶଯ୍ୟା ବିଶିଷ୍ଟ କୋବିଡ ହସପିଟାଲ ପ୍ରସ୍ତୁତ ହୋଇ ସାରିଥିବା ବେଳେ କଟକର ଅଶ୍ୱିନୀ ହସପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ କୋବିଡ ହସପିଟାଲ ପ୍ରସ୍ତୁତ ହୋଇ ସାରିଛିା ଉଭୟ ହସପିଟାଲ ପାଇଁ ଓଡିଶା ଖଣି ନିଗମ ଆର୍ଥିକ ସହାୟତା ପ୍ରଦାନ କରିଛି ।
ଉଭୟ ହସପିଟାଲ ଚିକିତ୍ସା ପାଇଁ ପ୍ରସ୍ତୁତ କରା ଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ସ ହସପିଟାଲ ଓ ଅଶ୍ୱିନୀ ହସପିଟାଲର ପ୍ରବନ୍ଧନକୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ହସିପିଟାଲ ମାନଙ୍କର କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହ କଥାବାର୍ତା କରିଛନ୍ତି ଓ ସେମାନଙ୍କର ସେବାଭାବକୁ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋବିଡ-୧୯ ରୋଗୀ ମାନଙ୍କ ପାଇଁ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦା କରିବାକୁ ପ୍ରସ୍ତୁତ ଅଛନ୍ତି ହେଲେ ସାମାଜିକ ଦୂରତ୍ୱ, ହାତ ଧୋଇବା ଓ ଲକ ଡାଉନକୁ ମାନି କରୋନା ବିରୁଦ୍ଧରେ ଲଢେଇରେ ବିଜୟୀ ହୋଇ ପାରିବା ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାରୀ କୋବିଡ-୧୯ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା କରିବା ପାଇଁ ଘୋଷଣା କରିଛନ୍ତି ।