REPORT-SHIVRAM CHAUDHARY
ବ୍ରହ୍ମପୁର: ସହରର ଲକ୍ ଡାଉନ୍ର ଅଷ୍ଟମ ଦିନ ହୋଇଥିଲେ ମଧ୍ୟ କିଛି ଅମାନିଆ ଗାଡି ଚାଳକ ନିଜେ ଗାଡିଧରି ବଜାର କରିବାକୁ ଆସୁଛନ୍ତି । ଏମାନଙ୍କୁ ସାବାଡ କରିବା ପାଇଁ ଗତ ମଙ୍ଗଳବାର ଦିନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅମାନିଆ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକୀୟ ପଡିଲେ ହୋମ୍ କ୍ୱରାଣ୍ଟାଇନ୍ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମର୍ମରେ ବୁଧବାର ଦିନ ମର୍ଦ୍ଦରାଜ ଭେଣ୍ଡିଂଜୋନ୍ ସମ୍ମୁଖରେ କିଛି ଅମାନିଆ ଗାଡି ଚାଳକ ନିଜେ ଗାଡିଧରି ବଜାରକୁ ଆସି ରାସ୍ତାକଡରେ ଗାଡି ରଖି ବଜାର କରୁଥିଲେ । ସେହି ସମୟରେ ବ୍ରହ୍ମପୁର ତହସିଲାର ସିପକ ପାତ୍ର ସେଠାରେ ପହଞ୍ôଚ କମ୍ ସମୟ ମଧ୍ୟରେ ନିଜର ଗାଡି ବାହାର କରନ୍ତୁ ନହେଲେ ଗାଡିର କାଚ ଭଙ୍ଗାଯିବା ସହ ଗାଡି ଜବତ କରାଯିବ ବୋଲି ମାଇକ୍ରେ ଘୋଷଣା କରିଥିଲେ । ସେହି ସମୟରେ ତହସିଲଦାରଙ୍କ ସହିତ ବୁଲୁଥିବା ୨ କନେଷ୍ଟବଳ କିଛି ଗାଡିର ଆଇନାକୁ ଭାଙ୍ଗିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏସ୍ପି ପିନାକ ମିଶ୍ର ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣା କେଉଁଭଳି ଓ କିଭଳି ସ୍ଥିତିରେ ହେଲା ତାହାର କାରଣ ଦର୍ଶାଅ ନୋଟିସ୍ ତହସିଲଦାରଙ୍କୁ ମାଗିଛନ୍ତି ।
ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତାଙ୍କ କ୍ୱରାଣ୍ଟାଇନ୍ରେ
ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଠାରେ ଥିବା ମୁସ୍ଲିମ୍ ସମ୍ପ୍ରଦାୟ ସମ୍ମିଳନୀରୁ ଫେରିଥିବା ବ୍ରହ୍ମପୁରର ଜଣକୁ ହୋମ୍ କ୍ୱରାଣ୍ଟାଇନ୍ରେ ରଖାଯାଇଥିବା ନେଇ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ସୂଚନା ମୁତାବକ ସହରର ୧୩ଜଣ ମୁସ୍ଲିମ ସମ୍ପ୍ରଦାୟର ଲୋକେ ଦିଲ୍ଲୀସ୍ଥିତ ସମ୍ମିଳନୀରେ ଯୋଗ ଦେଇଥିଲେ । ତେବେ ସମ୍ମିଳନୀ ଚାଲିଥିବା ବେଳେ ୧୩ଜଣଙ୍କ ମଧ୍ୟରୁ ଜଣେ ବ୍ରହ୍ମପୁରକୁ ଫେରିବାପରେ ତାଙ୍କୁ ସନ୍ଧାନକୁ ନେଇ ହୋମ୍ କ୍ୱରାଣ୍ଟାଇନ୍ରେ ରଖାଯାଇଛି । ଅନ୍ୟମାନେ ଏ ପର୍ଯ୍ୟନ୍ତ ସହରକୁ ଆସିନାହାଁନ୍ତି । ତେବେ ଦିଲ୍ଲୀ ନିଜାମୁଦ୍ଦିନ ଘଟଣାକୁ ନେଇ ସାରା ଦେଶ ଭୟଭୀତ ହୋଇ ରହିଛି ।