ଭୁବନେଶ୍ୱର – ସରକାରୀ କାର୍ଯ୍ୟକ୍ରମ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାକୁ ଦେଖିବୁ ଏବଂ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବୁ ବୋଲି ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ବିଜେଡ଼ି ନେତା ମୁନା ଖାଁ ପ୍ରକାଶ କରିଛନ୍ତି । ସେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରକାଶ କରିଛନ୍ତି । ଉପଦେଷ୍ଟା ଭାବେ ଦାୟିତ୍ୱ କଣ ? ଦାୟିତ୍ୱ ହେଉଛି ଲୋକ ମାନଙ୍କୁ ଭେଟିବୁ, ସରକାରୀ କାର୍ଯ୍ୟକ୍ରମ ସେମାନଙ୍କ ପାଖରେ ପହଂଚୁଛି କି ନାହିଁ ତାହା ଦେଖିବୁ ଏବଂ ଲୋକଙ୍କ ସହିତ ମିଶି ସେମାନଙ୍କର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ । ବହୁ ଜିନିଷ ମୁଖ୍ୟମନ୍ତ୍ରୀ ଜାଣି ପାରୁ ନାହାନ୍ତି । ଲୋକମାନେ ମଧ୍ୟ ସେମାନଙ୍କର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରୁ ନାହାନ୍ତି । ଏହି ଦୂରତ୍ୱକୁ କମେଇବା ପାଇଁ ଆମକୁ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଥିଲେ ।
Related Stories
October 25, 2024