କୁକୁଡାଖଣ୍ଡି : କୋରୋନା ପ୍ରଭାବରେ ଏବେ ବନ୍ଧା ପଡିଛି ଜୀବନ ଜୀବିକା । ସରକାରଙ୍କ ଲକ୍ ଡାଉନ ଘୋଷଣାକୁ ସହମତି ଜଣାଇ ଅନେକ ଗ୍ରାମାଞ୍ଚଳର ଲୋକେ ଗାଁ ମୁଣ୍ଡରେ ବାଡ଼ ପକାଇ ଘରୁ ବାହାରକୁ ନ ବାହାରିବା ଲାଗି ନିଆରା ପ୍ରୟାସ କରି ଗାଁ କୁ କାହାରିକୁ ପ୍ରବେଶ କରାଉ ନାହାନ୍ତି, ଜଦି କୌଣସି ଜରୁରୀ କାମ ପଡେ ତାହେଲେ ହାତକୁ ଭଲ ଭାବରେ ସଫା ସୁତୁରା କରାଇ ଭିତରକୁ ପ୍ରବେଶ କରାଉଛନ୍ତି, ଏହି ଲକ ଡାଉନ ରେ ସମସ୍ତ ଙ୍କୁ ସବୁ ପ୍ରକାର ସହଯୋଗ କରୁଛନ୍ତି ସନାତନ ସଂଗ୍ରାମ ସିଂହ l ଯଦି କୌଣସି ବ୍ୟକ୍ତି ଗାଁକୁ ପ୍ରବେଶ କରନ୍ତି ତାହା ହେଲେ ଗାଁ ମୁହଁରେ ଥିବା ନଳକୂପରେ ହାତକୁ ସଫା କରି ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଥିବା କହିଛନ୍ତି ଗ୍ରାମବାସୀ ।ସିଲ ହୋଇଛି ଗାଁ ଦାଣ୍ଡର ପ୍ରବେଶ ପଥ । ଗାଁ ଭିତରେ ଦୀର୍ଘ ପାଞ୍ଚ ଦିନ ଧରି ବନ୍ଧା ପଡିଛି ଜୀବନ ଜୀବିକା ।
ଅଟକି ଯାଇଛି ଲୋକଙ୍କ ଜୀବନ ଯାତ୍ରା । ସାରା ଦେଶରେ ଲକ୍ ଡାଉନ ଘୋଷଣା ହେବା ପରେ ତାମିଲନାଡୁ ରେ ଫସି ରହି ଥିଲେ ଆମର ଆଖ ପାଖ ଗ୍ରାମ ନଳୀହାଡ, ରୋହିଗାଁ, ଅଲାରିଗଡ଼, ସିଦ୍ଧଖଣ୍ଡି ଏବଂ କୋଟିନଡା ର ଲୋକମାନେ,କିପରି ସେମାନେ ନିଜ ଘରକୁ ଫେରିବେ ତାହା ଭିଡ଼ିଓ ମାଧ୍ୟ୍ୟମରେ ଆମର ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ସାହାଯ୍ୟ ମାଗିଥିଲେ l ଏହା ଦେଖି ବାଚସ୍ପତି ତୁରନ୍ତ ତାମିଲନାଡୁ ସରକାରଙ୍କୁ ଥଇଥାନ ପାଇଁ କାଯ୍ୟନୁଷ୍ଟା ନେଇଥିଲେ, ଏହି ସହାୟତା ପାଇଁ ବାଚସ୍ପତି ଙ୍କୁ ଏବଂ ଅଞ୍ଚଳ ର ସହାୟ କାରି ନେତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଲୋକେ ଗାଁ ବାହାରକୁ ନଯିବା ସହ ବାହାର ଲୋକଙ୍କୁ ମଧ୍ୟ ଗାୀଁ ଭିତରକୁ ପ୍ରବେଶ କରିବାରେ ନିଷେଧ କରିଛନ୍ତିl ଲକ ଡାଉନ ଆଜି ଷଷ୍ଠ ଦିନରେ ପହଞ୍ଚି ଥିବା ବେଳେ ଘରେ ଦେଖା ଦେଲାଣି ଅଭାବି ପରିସ୍ଥିତି । ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଲୋକ ଦିନ ମଜୁରିଆ ହୋଇଥିବା ବେଳେ ପାଖରେ ଥିବା ଟଙ୍କା ପଇସା ସରିବାକୁ ବସିଲାଣି । ଏଭଳି ସ୍ଥିତିରେ ସରକାର ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରିଛନ୍ତି ସତ, ହେଲେ ତାହା ଲୋକଙ୍କ ପାଖରେ କେବେ ପହଞ୍ଚିବ, ସେନେଇ ଚିନ୍ତାରେ ଗରିବ ଦିନ ମଜୁରିଆ । ଏଭଳି ସ୍ଥିତିରେ ସରକାରଙ୍କ ସହାୟତା ହିଁ ଏକ ମାତ୍ର ଭରସା ବୋଲି କହିଛନ୍ତି ଗ୍ରାମବାସୀ