
ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନ ଏବଂ କୁକୁଡ଼ାଖଣ୍ଡି ବ୍ଲକ୍ ପ୍ରଶାସନର ପରାମର୍ଶ କ୍ରମେ କଙ୍କିଆ ଗ୍ରାମପଞ୍ଚାୟତ ଓ କୁକୁଡ଼ାଖଣ୍ଡି ଗ୍ରାମପଞ୍ଚାୟତର ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ଘରକୁ ଘର ବୁଲି ବଣ୍ଟନ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ମହାମାରୀ କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ ଘୋଷଣା ହୋଇଥିଲା ବେଳେ ରାଜ୍ୟ ସରକାର ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କ ଭତ୍ତା ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ କଙ୍କିଆ ଗ୍ରାମପଞ୍ଚାୟତର ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକ,ପିଓ ଅଶୋକ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାୟ ୧୭୨ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ସେହିପରି କୁକୁଡ଼ାଖଣ୍ଡି ପଞ୍ଚାୟତରେ ମଧ୍ୟ ୩୫୫ ହିତାଧିକାରୀଙ୍କୁ ମଧ୍ୟ ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସରପଞ୍ଚ ଅଦଲ ଚେନ୍ନାଆ, ନିର୍ବାହି ଯନ୍ତ୍ରୀ ଜଗନ୍ନାଥ ପ୍ରଧାନ ଯୋଗଦେଇ ହିତାଧକାରୀ ମାନଙ୍କ ଘରେ ପହଞ୍ଚି ୪ମାସର ଭତ୍ତା ଟଙ୍କା ପ୍ରଦାନ କରିବା ସହ ୧୫୦ଜଣ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି ।
