ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧିନସ୍ଥ ସହରର ବହୁ ବାଦନ୍ୟବ୍ୟକ୍ତି, ସଙ୍ଗଠନ, ବ୍ୟବସାୟୀ ଓ ବୃଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(ସ୍ୱତନ୍ତ୍ର କରୋନା ଫଣ୍ଡ)କୁ ସ୍ୱଇଚ୍ଛାରେ ଦାନ କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାପରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଏହି ଆର୍ଥିକ ସହାୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ରହ୍ମପୁର ସହରର ପ୍ରାୟ ୨୦ଜଣ ବାଦନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ୨୨ଲକ୍ଷ ୯୦ହଜାର ୫୨୧ଟଙ୍କା ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଗ୍ରହଣ କରାଯାଇଥିବା ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ସୂଚନା ଦେଇଛନ୍ତି । ସହରର ସମାଜସେବୀ ଲଳିତ ମଙ୍ଗରାଜ ୧ଲକ୍ଷ, ଟି.ଭେଙ୍କେଟ ରାଓ ୧ଲକ୍ଷ, ଟି.ନରସିଂହ ପାତ୍ର ୨୫ହଜାର, ସନ୍ତୋଷ କୁମାର ପଣ୍ଡା ୧୦ହଜାର, ସ୍ୱର୍ଣ୍ଣ ଗଙ୍ଗଦେବ ୩୦ହଜାର, ଧନବତ୍ରି ରାଓ ୧ଲକ୍ଷ ୧ହଜାର, ପୁଷ୍ପିତା ପାଣିଗ୍ରାହୀ ୬୧ହଜାର, ନିଳକଣ୍ଠେଶ୍ୱର ଶିବ ପ୍ରତିଷ୍ଠାନ କମିଟି ପକ୍ଷରୁ ୨ଲକ୍ଷ, ଶଙ୍କର କ୍ଲଷ୍ଟର ପକ୍ଷରୁ ୧ଲକ୍ଷ ୫୧ହଜାର, ଜିତେନ୍ଦ୍ର କୁମାର ସାହୁ ୫୦ହଜାର, ବିନାୟକ ହନୁମାନ ଚାଳିଶା ଗ୍ରୁପ୍ ୧ହଜାର, ଆଇଆର୍ଆଇ ସ୍କୁଲର ଛାତ୍ରୀ ଆଦ୍ୱେଶା, ଅବସ୍ମିତା ୩୫୦୦, ବ୍ରହ୍ମପୁର ବିସିସି ବ୍ୟାଙ୍କ ୧୦ଲକ୍ଷ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ୧ଲକ୍ଷ ୫୦ହଜାର, ଯୁବ ବ୍ୟବସାୟୀ ପ୍ରାର୍ଥ ପାଢ଼ୀ ୧ଲକ୍ଷ, ରଶ୍ମିତା ସାହୁ ୧ଲକ୍ଷ, ସୁରେଶ ବେହେରା ୨୧ହଜାର ୨୧, ଅଶୋକ କୁମାର ପାତ୍ର ୧୦ହଜାର, ଦିବ୍ୟରାଣୀ ୨ହଜାର, ଇନର ହ୍ୱିଲ୍ କ୍ଲବ୍ ୭୫ହଜାର ଟଙ୍କା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।
ଗଞ୍ଜାମ ଜିଲ୍ଲାରେ ନିରାଶ୍ରୟଙ୍କ ପାଇଁ ଖାଦ୍ୟ ବଣ୍ଟନକୁ ବିଭିନ୍ନ ମହଲରେ ସ୍ୱାଗତ
Related Stories
November 24, 2024
November 24, 2024