ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଚାରିଆଡ଼େ କରୋନାକୁ ନେଇ ଲକ ଡାଉନ ପରସ୍ଥିତି ଯୋଗୁଁ ପ୍ରଶାସନ ତରଫରୁ ସମସ୍ତ ସାମୁହିକ କାର୍ଯ୍ୟ, ପର୍ବ ପର୍ବାଣୀ ସମେତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ରେ ପ୍ରବେଶ ଉପରେ କଟକଣା ଲଗାଯାଇଛି।ଯାହାଫଳରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରାକୁ ଚଳିତ ବର୍ଷ ପ୍ରଶାସନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।ଏସବୁ ସତ୍ତ୍ୱେ ଆଜି ଚୈତ୍ର ମାସ ମଙ୍ଗଳବାର ହୋଇଥିବାରୁ ଭଞ୍ଜନଗର ଭେଜିପୁଟ ବ୍ରାହ୍ମଣ ଦେବୀ ମନ୍ଦିରରେ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା।ଏଥିସହ ବହୁ ମହିଳା ପଣା ଓ ଭୋଗ କରିବାକୁ ସେଠାରେ ଉପସ୍ଥିତ ଥିଲେ।ଏସମ୍ପର୍କରେ ଖବର ପାଇ ଉପଖଣ୍ଡ ପ୍ରଶାସନ ତରଫରୁ ମନ୍ଦିର ରେ ଚଢ଼ାଉ କରାଯାଇ ପୂଜକ ବିଶ୍ୱନାଥ ପଣ୍ଡା ଙ୍କୁ ଉଠାଇ ଆଣି ଅଟକ ରଖାଯାଇଛି।ବାରମ୍ବାର ଜନସାଧାରଣ ଙ୍କୁ ଏଭଳି କାର୍ଯ୍ୟରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଉ ଥିଲେ ମଧ୍ୟ ସେମାନେ ସଚେତନ ହେଉନଥିବା ଦେଖିବାକୁ ମିଳୁଛି।