
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ସହରର ଚାରିଆଡ଼େ ଖାଲି ଅସ୍ଥାୟୀ ପରିବା ଦୋକାନ ଖୋଲିବାରେ ଲାଗିଛି।ବିଶେଷ କରି ରାସ୍ତାର ଉଭୟ ପାର୍ଶ୍ୱରେ ପରିବା ବିକ୍ରି ହେଉଥିବାରୁ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳୁଛି। ଲକ ଡାଉନ ଯୋଗୁଁ ଔଷଧ ଦୋକାନ ପାଇଁ କୋୖଣସି କଟକଣା ନଥିବା ବେଳେ ପନିପରିବା ଓ ରାସନ ସାମଗ୍ରୀ ଦୋକାନ କୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି।ଲୋକଙ୍କ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ସହର ସମେତ ଭେଜିପୁଟ ପର୍ଯ୍ୟନ୍ତ ଥିବା ସମସ୍ତ ପରିବା ଦୋକାନ କୁ ଭଞ୍ଜନଗର ବସଷ୍ଟାଣ୍ଡ ନିକଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ କୁ ସ୍ଥାନାନ୍ତର କରିବା ପାଇଁ ଏନ ଏ ସି ତରଫରୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୨୯ତାରିଖ ରବିବାର ଠାରୁ ଲୋକମାନେ ଏଠାରୁ ପରିବା କିଣିପାରିବେ।ଏଥିନିମନ୍ତେ ଷ୍ଟାଡିଅମ ଭିତରେ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଥିବା କଥା ଏନ ଏ ସି ନୋଡାଲ ଅଫିସର ଦିଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO