
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– କରୋନାକୁ ନେଇ ବର୍ତ୍ତମାନ ସାରା ଦେଶରେ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।ସମସ୍ତେ ଘରେ ରହିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।ହେଲେ ଯେଉଁମାନେ ରୋଜଗାର ଆଶାରେ ଘର ଛାଡ଼ି ଅନ୍ୟ ସ୍ଥାନକୁ ଦାଦନ ଖଟିବାକୁ ଯାଇଛନ୍ତି।ସେହି ଶ୍ରମିକ ମାନଙ୍କ ଅବସ୍ଥା କହିଲେ ନସରେ।ଭୋକ ଉପାସରେ ଛଟପଟ ହୋଇ ସେମାନେ ବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିବାକୁ ବାଧ୍ୟ ହେଉଛନ୍ତି।କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର କିଛି ଶ୍ରମିକ ଭୁବନେଶ୍ୱର ରେ ରହି କାମ କରୁଥିଲେ।ହେଲେ ରାଜ୍ୟରେ ଲକ ଡାଉନ ଘୋଷଣା ହେବା ପରେ ସେମାନେ ଆଉ ଖାଇବାକୁ ନପାଇ ସେଥିମଧ୍ୟରୁ ୩ଜଣ ଯୁବକ ନିଜ ନିଜର ଜିନିଷପତ୍ର ଧରି ଗ୍ରାମକୁ ଫେରିବାକୁ ଗତ ୨୫ ତାରିଖରୁ ବାହାରିଥିଲେ।ହେଲେ ବସ କିମ୍ବା କୌଣସି ଗାଡ଼ି ମଟର ଚଳାଚଳ ବନ୍ଦ ଥିବାରୁ ବାଧ୍ୟ ହୋଇ ୨୫୦କିଲୋମିଟର ବାଟ ଚାଲି ଚାଲି ଟିକାବାଲି ଫେରିବାକୁ ବାହାରିଛନ୍ତି।ଆଜି ସେମାନେ ଭଞ୍ଜନଗର ଠାରେ ପହଞ୍ଚିଛନ୍ତି।ଏଠାରୁ ଆହୁରି ୬୦କିଲୋମିଟର ସେମାନଙ୍କୁ ଯିବାକୁ ପଡ଼ିବ। ଏଭଳି ସ୍ଥିତିରେ ଗରୀବ,ଖଟିଖିଆ ଓ ମଜୁରିଆମାନଙ୍କ ଦୁଃଖ ବୁଝୁଛି କିଏ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO