-
ସ୍ଥିତି ଅନୁଧ୍ୟାନକଲେ ଆର୍ଡିସି
ବ୍ରହ୍ମପୁର: ଲକ୍ଡାଉନ୍କୁ ନେଇ ବିଏମ୍ସି ପକ୍ଷରୁ ଅନ୍ଲାଇନ୍ ସର୍ଭିସ୍ ଆରମ୍ଭ କରାଯାଇଛି । ରେସନ୍, ଔଷଧ, ପ୍ଲମ୍ବର ଓ ଇଲେଟ୍ରିସିଆନ୍ ଅନ୍ଲାଇନ୍ ସର୍ଭିସ୍ରେ ମିଳିବ । ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ବିଏମ୍ସି ପକ୍ଷରୁ ଅନ୍ଲାଇନ୍ ସର୍ଭିସ୍ର ସମସ୍ତ ବିବରଣୀ ସହରବାସୀଙ୍କୁ ଦିଆଯାଇଛି । ରେସନ୍ ପାଇଁ ୨୦ଟି ଦୋକାନର ନମ୍ବର ଦିଆଯାଇଛି । ବିଏମ୍ସି ପକ୍ଷରୁ ଦିଆଯାଇଥିବା ନମ୍ବରରେ ଫୋନ୍ କଲେ ଦୋକାନୀ ଘରେ ଜିନିଷ ପହଞ୍ଚାଇବେ । ଜିନିଷର ମୂଲ୍ୟ ଦେବା ସହ ଘରେ ପହଞ୍ଚାଇବା ପାଇଁ ୨୦ଟଙ୍କା ଦେବାକୁ ପଡ଼ିବ । ଗ୍ରାହକ ଦେଉଥିବା ଅର୍ଡର ସେହିଦିନ କିମ୍ବା ତା’ପର ଦିନ ପହଞ୍ଚାଇବାକୁ କୁହାଯାଇଛି । ସକାଳ ୭ଟାରୁ ୧୨ଟା ମଧ୍ୟରେ ହିଁ ଅନ୍ଲାଇନ୍ ଡେଲିଭରି ହୋଇପାରିବ । ଏହାପରେ ତେଜରାତି ଆଉ ମିଳିବ ନାହିଁ । ଠିକ୍ ସେହିପରି ଔଷଧ ମଧ୍ୟ ଅନ୍ଲାଇନ୍୍ରେ ୨୪ଘଣ୍ଟା ମିଳିବ । ଏଥିପାଇଁ ଯୋଜନା କରାଯାଉଥିବା କହିଛନ୍ତି ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର । ଶୁକ୍ରବାର ଗେଟ୍ବଜାର ମାଛ ମାର୍କେଟ୍ରେ ପ୍ରବଳ ଭିଡ଼ ହୋଇଥିଲା । ପ୍ରଶାସନ ପକ୍ଷରୁ ସ।।ମାଜିକ ଦୂରତା ପାଇଁ ଚିହ୍ନ କରାଯାଇଥିଲା କିନ୍ତୁ କେହି ଶୁଣିନଥିଲେ । ଫଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ନିର୍ଦ୍ଦେଶ ପ୍ରକାରେ ମାର୍କେଟ୍କୁ ବନ୍ଦ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ଭାଉସାହେବ ଓ ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ବିଭିନ୍ନ ଜାଗା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଶୁକ୍ରବାର ଦକ୍ଷିଣାଞ୍ଚଳ ଆର୍ଡିସି ଟି. ଆପାଙ୍ଗ ରାଓ ବିଭିନ୍ନ ଜାଗା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିଟି ହସ୍ପିଟାଲ୍ ଏବଂ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ବୁଲିସ କୋଭିଡ୍-୧୯ ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ଦୁଇଟି ହସ୍ପିଟାଲ୍ ପରିଦର୍ଶନ ପରେ ନୂଆବସ୍ଷ୍ଟାଣ୍ଡ ରୋଡ଼ରେ ଥିବା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ । ତେବେ ହସ୍ପିଟାଲ୍ ପରିଦର୍ଶନ ସମୟରେ ଭିଡ଼ ପରିଲିଖିତ ହୋଇଥିଲା ।