ଭଞ୍ଜନଗର– କରୋନା ଭାଇରସ କୁ ନେଇ ଚାରିଆଡ଼େ ଲକ ଡାଉନ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଯାହାଫଳରେ ଲୋକମାନେ ବାହାରକୁ ନବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଯେମିତି ଲୋକମାନେ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଭଞ୍ଜନଗର ଏନ ଏ ସି ତରଫରୁ ସମସ୍ତ ୱାର୍ଡ ରେ ବାସ କରୁଥିବା ଲୋକଙ୍କ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଘରେ ପହଞ୍ଚେଇବାର ବ୍ୟବସ୍ଥା କରାଯାଇଛି।ସେଥିମଧ୍ୟରେ ରାସନ ସାମଗ୍ରୀ, ପନିପରିବା, ଆମିଷ ଦ୍ରବ୍ୟ, କ୍ଷୀର,ଫଳ ଓ ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ଫୋନ ରେ ଅର୍ଡର ଦେଲେ ଭେଣ୍ଡରମାନଙ୍କ ଦ୍ୱାରା ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଛି।ଏହି ସୁବିଧା ଏନ ଏ ସି ର ୧୫ଟି ୱାର୍ଡ ରେ ରହୁଥିବା ଲୋକଙ୍କ ପାଇଁ ଉପଲବ୍ଧ ହେବ।ଏହା ଦ୍ୱାରା ଲୋକମାନେ ଘରୁ ନବାହାରି ସମସ୍ତ ଜିନିଷ ଘରେ ହିଁ ପାଇ ପାରିବେ।
Related Stories
May 2, 2024