
ବେଲଗୁଣ୍ଠା-କରୋନା ପାଇଁ ଗତକାଲି କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଦେଶ ଲକ ଡାଉନ୍ ଘୋଷଣା କରାଯାଇଛି ।ଏଥିପାଇଁ ବେଲଗୁଣ୍ଠା ପୋଲିସ ତରଫରୁ ବ୍ଳକିଂ ଓ ଚେକିଂ ଜୋରଦାର କରାଯାଇଅଛି ।ଦିନ ଦିନ ତମାମ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ ଟିମ ରାଜରାସ୍ତ ରେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି ।କିଛି ବାଇକ୍ ଚାଳକଙ୍କୁ ପୋଲିସ ଅଟକାଇ କଡା ଚେତାବନୀ ଦେଇ ସଚେତନ କରାଉଥିବା ଲକ୍ଷ୍ୟ କରାଯାଇଛି ।ଏହି ପରିପ୍ରେକ୍ଷୀରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ବେଲଗୁଣ୍ଠା ଗସ୍ତ କରି ବେଲଗୁଣ୍ଠାର ସ୍ଥିତି ଅନୁଧ୍ୟାନ କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣ କୁ ରୋକିବା ପାଇଁ ଲୋକମାନେ ଯେମିତି ଘରୁ ନ ବାହାରିବେ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସଚେତନ କରାଇବା ପାଇଁ ସ୍ଥାନୀୟ ପ୍ରଶାସନଙ୍କୁ କହିଛନ୍ତି ।ଏନ୍.ଏ.ସି ତରଫରୁ ପ୍ରତିଦିନ ଡାକବାଜୀ ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସଚେତନ କରାଯାଉଛି ।ବେଲଗୁଣ୍ଠା ପଟେଲ ରୋଡ ପ୍ରାଥମିକ ବିଦ୍ୟାଳୟରେ ଆଇସୋଲେଟେଡ୍ ୱାର୍ଡ ତିଆରି କରାଯାଇଅଛି ବୋଲି ନିର୍ବାହୀ ଅଧିକାରୀ ସୁନୀଲ୍ଧାକୁମାର ତ୍ରିପାଠୀ ଜଣାଇଛନ୍ତି ।ବିଧାୟକ ଶ୍ରୀ ସ୍ୱାଇଁଙ୍କ ସମେତ ନିର୍ବାହୀ ଶ୍ରୀ ତ୍ରିପାଠୀ,ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଫଟୋ
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO