ଭୁୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଦେଶକୁ ଲକ ଡାଉନ ଘୋଷଣା କରିବା ସହ ସମସ୍ତଙ୍କୁ ନିଜ ଘରେ ରହିବାକୁ କରିଥିବା ଅପିଲକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନର ଭିଡିଓକୁ ଶେୟାର କରି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କରୋନା ବିଶ୍ୱ ସାରା ମାଡି ଚାଲିଛି । ତେଣୁ ଏପରି ସଂକଟର ପରିସ୍ଥିତିରେ ଆମେ ଗୋଟିଏ ଦେଶ ଭାବେ ଏକ ହେବା ତଥା ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସହଯୋଗ କରିବା ଆବଶ୍ୟକ ।