
ବ୍ରହ୍ମପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକ୍ରେ କରୋନା ଭୁତାଣୁ ଠାରୁ କିପରି ଦୂରରେ ରହିବା ଓ ନିଜକୁ ସଚେତନତା କରିବା ସହ ଅନ୍ୟକୁ କିପରି ସଚେତନତା କରାଇବା ସେ ଦିଗରେ ବ୍ଲକ୍ ପ୍ରଶାସନ ଅଧିକାରୀ କାର୍ଯ୍ୟ କରିବାକୁ ଗୋପାଳପୁର ବିଧାୟକ ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଉପରକ୍ତ ୨ଟି ବ୍ଲକ୍ରେ ସମୀକ୍ଷାକରି ପରାମର୍ଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ଯେପରି ଲୋକଙ୍କୁ ସଠିକ୍ ସଚେତନତା କରାଇବା ଦିଗରେ ସମସ୍ତ ସରକାରୀ କର୍ମଚାରୀ ଯେପରି ତତ୍ପର ଓ ଯନ୍ମବାନ ହେବେ ତା’ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ରଙ୍ଗେଇଲୁଣ୍ଡା ବ୍ଲକ୍ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ବିଧାୟକଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ତହସିଲଦାର ରାଜକିଶୋର ସାହୁ, ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାକାନ୍ତ ସେଠୀ, ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ସେପରି କୁକୁଡାଖଣ୍ଡି ବ୍ଳକ୍ର ହୁଗୁଳାପଟା, ବୋରିଗାଁ, ଲୁଚାପଡା, ନିମଖଣ୍ଡି ଆଦି ପଞ୍ଚାୟତରେ ମଧ୍ୟ ବିଧାୟକ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତର ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO