ନୂଆଦିଲ୍ଲୀ – ଛତିଶଗଡର ସୁକମା ଠାରେ ଜବାନ ମାନଙ୍କ ବଳିଦାନ ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ଶ୍ରୀ ଶହ ଏହି ଘଟଣା ଉପରେ ଟ୍ୱିଟ କରି କହିଛନ୍ତି ଯେ ଜବାନ ମାନଙ୍କର ବଳିଦାନ ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟକୁ ବ୍ୟଥିତ କଲା ଭଳି । ମୁଁ ସମସ୍ତ ବଳିଦାନୀ ମାନଙ୍କୁ ନମନ କରୁଛି ଓ ତାଙ୍କ ପରିବାର ପ୍ରତି ସମ୍ବେଦନା ବ୍ୟକ୍ତ କରୁଛି । ଦୁଃଖର ଏହି ସମୟରେ ସମଗ୍ର ଦେଶ ଆପଣଙ୍କ ସହ ଅଛି । ନକ୍ସଲବାଦ ବିରୁଦ୍ଧରେ ଲଢେଇ ଜାରୀ ରହିବ ।