
ବ୍ରହ୍ମପୁର: ସାରା ଦେଶରେ ରବିବାର ଦିନ ଜନତା କର୍ଫ୍ୟୁ ଚାଲିଥିବା ବେଳେ ରାସ୍ତାଘାଟ, ଦୋକାନ ବଜାର ସବୁ ଶୂନଶାନ ଥିଲା । ଏପରିକି ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ଥିଲା । ବାହାର ରାଜ୍ୟରୁ ନିଜ ନିଜ ଭିଟାମାଟିକୁ ଫେରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏପରିକି ଖାଦ୍ୟ ନ ମିଳିବାରୁ ବସ୍ଷ୍ଟାଣ୍ଡରେ ଜଗିଥିବା ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ପୋଲିସ ଅଧିକାରୀମାନେ ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟା ଭିଡିଥିଲେ । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବସ୍ଷ୍ଟାଣ୍ଡରେ ବ୍ରେଡ୍ ଓ ପାଣି ବୋତଲ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା ।