ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି (ରବିବାର)ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିବା ବେଳେ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରିଛି ଘରୋଇ ବସ ମାଲିକ ସଂଘ । ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତିା
ଏହା ପୂର୍ବରୁ କଟକରେ ବସ ଚଳାଚଳ ବନ୍ଦ ନେଇ କଟକ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଅଜୟ ବାରିକ ସୂଚନା ଦେଉଥିଲେ । ରବିବାର ସକାଳ ସାତଟାରୁ ରାତି ୯ ଟା ଯାଏ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ଦେଶବାସୀଙ୍କୁି ନିବେଦନ କରିଛନ୍ତି ।