
ଭଦ୍ରକ – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଂଜ ପଂଚାୟତର ନାଳକୂଳ ବଜାରରୁ ଗତକାଲି ରାତିରେ ଛଅଟି ଦୋକାନରୁ ପଚାଶ ହଜାରରୁ ଅଧିକ ଟଙ୍କା ଓ ଜିନିଷ ଚୋରି ହୋଇଥିବାର ସୂଚନା ମିଳିଛି । ଏହି ବଜାରରେ ରାତିରେ କେହି ଶୋଉ ନ ଥିବାର ସୁଯୋଗ ନେଇ ଗତକାଲି କିଛି ଦୁବୁତ ସଂଜୟ ନାୟକଙ୍କ ତେଜରାତି ଦୋକାନ, ତପନ ବେହେରାଙ୍କ ଇଲେକ୍ଟିକାଲ ଦୋକାନ, ନିଶାକର ସାହୁ , ବନମାଳୀ ସାହୁ,ଶଶି ସାହୁଙ୍କ ଷ୍ଟେସନାରୀ ଦୋକାନ ଓ ଗଜେନ୍ଦ୍ର ବାରିକଙ୍କ ସେଲୁନରୁ କବାଟ ତାଡି ଇଲୋକ୍ଟ୍ରିକାଲ ଜିନିଷ, ଷ୍ଟେସନାରୀ ଜିନିଷ ଓ ନଗଦ ଟଙ୍କା ଚୋରି କରି ନେଇ ଯାଇଛନ୍ତି । ଖବର ପାଇ ଗ୍ରାମାଂଚଳ ଥାନା ସେକେଣ୍ଡ ଅଫିସର ସୈାମେନ୍ଦ୍ର ବାରିକଙ୍କ ତତ୍ୱାବଧାନରେ ଏକ ପୋଲିସ ଟିମ ଘଟଣାସ୍ଥଳ ପରିଦର୍ଶନ କରି ଦୋକାନୀ ମାନଙ୍କ ଅଭିଯୋଗ ମୂଳେ ତଦନ୍ତ ଜାରି ରଖିଛନ୍ତି । ଗୋଟିଏ ରାତିରେ ଏକା ସାଙ୍ଗରେ ଛଅଛଅଟି ଦୋକାନରେ ଚୋରୀ ଗ୍ରାମାଂଚଳ ପୋଲିସ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି କରିଛି । ଗ୍ରାମାଂଚଳରେ ପୋଲିସ ପେଟ୍ରୋଲିଂକୁ କଢାକଢି କରିବାକୁ ସାଧାରଣରେ ଦାବୀ ହେଉଛି । ତାଛଡା ନୂଆ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏହି ଚୋରିର ପର୍ଦ୍ଦାଫାଶ କରିବାରେ କେତେ ସଫଳ ହେଉଛନ୍ତି ତାହା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି ।