-
ବାପା ହେଲେ ଗଞ୍ଜାମ ଏସ୍ପି
ବ୍ରହ୍ମପୁର: ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସ୍ପି) ବ୍ରିଜେଶ କୁମାର ରଏଙ୍କ ପ୍ରଥମ ସନ୍ତାନ ବ୍ରହ୍ମପୁରସ୍ଥିତ ଏମ୍କେସିଜି କଲେଜରେ ଜନ୍ମ ନେଇଛି । ଶ୍ରୀ ରଏଙ୍କ ଧର୍ମପତ୍ନୀ ଆୟୁଷି ରଏଙ୍କୁ ଗତ ଗୁରୁବାର ଦିନ ମଧ୍ୟାହ୍ନରେ ଏମ୍କେସିଜିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭତ୍ତିି କରାଯାଇଥିଲା । ଏମ୍କେସିଜି ମେଡିକାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର ଭାରତୀ ମିଶ୍ର ଓ ତାଙ୍କ ଟିମ୍ ଶୁକ୍ରବାର ଦିନ ପୂର୍ବାହ୍ନ ୧୧.୪୦ମିନିଟ୍ରେ ଅସ୍ତ୍ରପ୍ରଚାରକରି ଏସ୍ପି ଶ୍ରୀ ରଏଙ୍କ ପ୍ରଥମ ସନ୍ତାନଙ୍କୁ ପ୍ରସୂତି କରାଇଥିଲେ । ଡାକ୍ତର ଶ୍ରୀ ମିଶ୍ରଙ୍କ ସହ ବରିଷ୍ଠ ପ୍ରସୂତି ବିଭାଗ ଡାକ୍ତର ସଂଘମିତ୍ରା ମହାପାତ୍ର, ନିଶ୍ଚେତକ ବିଭାଗର ମୁଖ୍ୟଙ୍କ ସମେତ ଶିଶୁ ବିଭାଗ ଡାକ୍ତର ଓ ଅନ୍ୟାନ୍ୟ ଡାକ୍ତର କର୍ମଚାରୀ ଅସ୍ତ୍ରପ୍ରଚାରରେ ସାମିଲ୍ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଏହା ଶ୍ରୀ ରଏଙ୍କ ପ୍ରଥମ ସନ୍ତାନ । ମେଡିକାଲ୍ରେ ଶ୍ରୀ ରଏଙ୍କ ବାପା ଜେ.ପି ରଏ, ମା’ ସିଂଘାସିନୀ ରଏ, ଭଉଣୀ ସୀମା ଓ ରାଧା ଉପସ୍ଥିତ ଥିବାବେଳେ ଖବରପାଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ସମେତ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ପହଞ୍ôଚ ଏସ୍ପି ଶ୍ରୀ ରଏଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଜଣେ ପ୍ରଶାସନିକ ଅଧିକାରୀ ସରକାରୀ ହସ୍ପିଟାଲରେ ଅସ୍ତ୍ରପ୍ରଚାର ମାଧ୍ୟମରେ ସନ୍ତାନ ପ୍ରସବ କରାଇବା ଏକ ବିରଳ ଘଟଣା । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।