ଗଞ୍ଜାମ – ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରୁ ଅହିଂସା ରଥର ଶୁଭାରମ୍ଭ କରାଯାଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାର ଉଦଘାଟନ କରିଥିଲେ । ଏହି ରଥ ଜିଲ୍ଲା ବ୍ୟାପୀ ପରିକ୍ରମା କରିବା ସହ ସାଧାରଣଜନତାଙ୍କୁ ଗାନ୍ଧିଜୀଙ୍କ ଅହିଂସା ନୀତି ଓ ଆଦର୍ଶ ଉପରେ ସଚେତନ କରିବ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରାଜନୈତିକ ବ୍ୟକ୍ତି ବିଶେଷ, ସରକାରୀ କର୍ମଚାରୀ, ଅଫିସର, ପୋଲିସ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।