ବ୍ରହ୍ମପୁର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ପ୍ରଭାତ କୁମାର ପଲାଇ ବ୍ରହ୍ମପୁର ବଡ ମେଡିକାଲ୍ରେ ଆଇସୁଲେସନ ବିଭାଗରେ କରୋନା ଭାଇରସ୍ ଥିବା ସନ୍ଦେହରେ ଚିକିତ୍ସା ହୋଇଥିଲେ । ତେବେ ରବିବାର ମଧ୍ୟାହ୍ନରେ ମେଡିକାଲ୍ରୁ ଦୌଡି କୁଆଡେ ଚମ୍ପଟ ମାରିଥିବା ଜାଣିବାକୁ ମିଳିଛି । ଗତ ଶନିବାର ଦିନ ସେ ବ୍ରହ୍ମପୁର ବଡ ମେଡିକାଲ୍ରେ ଥଣ୍ଡା, ଛିଙ୍କ, ଖାସ ହୋଇଥିବା ନେଇ ଆସି ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଡାକ୍ତରମାନେ ତାଙ୍କୁ ବଡ ମେଡିକାଲ୍ରେ ଖୋଲାଯାଇଥିବା ଆଇସୁଲେସନ୍ ୱାର୍ଡରେ ରଖି ଚିକିତ୍ସା କରୁଥିଲେ । ଚିକିଟି ଅଞ୍ଚଳର ୨ଜଣ ସ୍ୱାମୀ ଓ ସ୍ତ୍ରୀ ସହ ଉକ୍ତ ଯୁବକ ଆଇସୁଲେସନ୍ ୱାର୍ଡରେ ରହିଥିବା ବେଳେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । ଏପରିସ୍ଥଳେ କୃଷ୍ଣପ୍ରସାଦ ବ୍ଲକ୍ର ଯୁବକ ପ୍ରଭାତ ଉକ୍ତ ୱାର୍ଡରେ ରହିଥିବା ସମୟରେ ରବିବାର ୪ଟା ବେଳେ କେଉଁଆଡେ ଚମ୍ପଟ ମାରିଥିବା ନେଇ ସୂଚନା ମିଳିଛି । ବଡ ମେଡିକାଲ୍ ଡାକ୍ତର ଏନେଇ ମେଡିକାଲ୍ ଫାଣ୍ଡିରେ ରିପୋର୍ଟ ଦେଇଥିବା ବେଳେ ଏବେ ପୋଲିସ ତାଙ୍କୁ ଖୋଜାଖୋଜି କରୁଛି । ଉକ୍ତ ଯୁବକଜଣକ ଦେହରେ କରୋନା ପଜେଟିଭ ଅଛି ନା ନାହିଁ ତାହା ଜଣାପଡିନାହିଁ ।
Related Stories
November 24, 2024