
ବ୍ରହ୍ମପୁର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ପୂର୍ବତନ ମନ୍ତ୍ରୀ ଓ ରାଜ୍ୟ ବିଜେଡି କାର୍ଯ୍ୟାଳୟ(ସମ୍ପାଦକ) ସଞ୍ଜୟ ଦାସବର୍ମାଙ୍କୁ ଗଞ୍ଜାମ ବ୍ଲକ୍ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ଦାସବର୍ମା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍କୁ ଆସିଥିବା ବେଳେ ଗଞ୍ଜାମ ବ୍ଲକ୍ ପାଲୁର ଛକ ନିକଟରେ ତାଙ୍କୁ ଗଞ୍ଜାମ ବ୍ଲକ୍ ବିଜେଡି ସଭାପତି ଶିବ ସ୍ୱାଇଁଙ୍କ ନେତୃତ୍ୱରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ପୂର୍ବତନ ସରପଞ୍ଚ କେଦାରନାଥ ସ୍ୱାଇଁ, ଯୁବନେତା ଜଜାତି ନାୟକ, ବ୍ଳକ୍ ଉପାଧ୍ୟକ୍ଷ ରଙ୍କ ସାହୁ, ପୂର୍ବତନ ଅଧ୍ୟକ୍ଷ ରଘୁ ସାହୁ, କୃଷ୍ଣ ପ୍ରଧାନ, ଅନ୍ତର୍ଯ୍ୟାମୀ, ସନା ବେହେରା, ସୁରଥ ପାହନ, ଜୟସେନ ପ୍ରଧାନ, ଧନୁ ପଲେଇ, କେଦାର ସ୍ୱାଇଁ, ପିତାମ୍ବର ପଣ୍ଡା, ସନ୍ତୋଷ ରେଡ୍ଡୀ, କୃଷ୍ଣ ବେହେରାଙ୍କ ସମେତ ଗଞ୍ଜାମ ବ୍ଲକ୍ ବିଜେଡି କର୍ମକର୍ତ୍ତା ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ଉପସ୍ଥିତରହି ଶ୍ରୀ ଦାସବର୍ମାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ଦାସବର୍ମାଙ୍କ ସହ ବ୍ଲକ୍ର ବହୁ ବିଜେଡି ନେତା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ମାଲୁଦ ପର୍ଯ୍ୟନ୍ତ ଶ୍ରୀ ଦାସବର୍ମାଙ୍କୁ ପାଛୋଟି ନେଇଥିବା ଜଣାପଡିଛି । ଏହି ଅବସରରେ ଶ୍ରୀ ଦାସବର୍ମା ବିଜେଡି କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଣାଇଥିଲେ ।