
କେନ୍ଦ୍ରାପଡ଼ା- ଦ୍ୱାଦଶାହ ତିଥିରେ ସ୍ୱର୍ଗତ ଧ୍ରୁର୍ବ ଚରଣ ଓଝାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଗ୍ରାମ ଦୁତିଆଳଠାରେ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ପ୍ରତାପ କୁମାର ପତି ଗୀତା ପାଠ କରିଥିଲେ । ସ୍ମୃତିଚାରଣ କରି ବକ୍ତାମାନେ ଧ୍ରୁବ ଓଝା ଜଣେ କର୍ମଠ ଏବଂ ଗାଁ କମାର ସାଳରୁ ଗୋପଛକଠାରେ ଏକ ଫ୍ୟାବ୍ରିକେସନ୍ ୟୁନିଟ୍ ଗଠନ କରି ଅନେକ ନିଯୁକ୍ତି ପ୍ରଦାନ କରିଛନ୍ତି । ନିଜ ଗ୍ରାମରେ ଅନେକ ଧର୍ମାନୁଷ୍ଠାନ ସହିତ ତାଙ୍କର ସଂପୃକ୍ତି ଥିଲା ଏବଂ ଲୋକମାନଙ୍କ ସହିତ ମିଳିମିଶି ସାଧାରଣ କାର୍ଯ୍ୟ କରୁଥିଲେ । ଉକ୍ତ ସଭାରେ ବ୍ଲକ ଚେୟାରମ୍ୟାନ୍ ଅନାମ ବଂଧୁ ଧଳ, ବ୍ରଜକିଶୋର ବିଶ୍ୱାଳ, ରାମଚନ୍ଦ୍ର ବାରିକ, ଯଦୁନାଥ ବାରିକ, ବିଜେପି ନେତା ଭୁବନମୋହନ ଜେନା, କରୁଣାକର ସାହୁ, ସୁନାକର ବେହେରା, ନାରଦ ଚନ୍ଦ୍ର ବିଶ୍ୱାଳ, ତୋଫାନ୍ ଓଝା, ଅଲେଖ ଚନ୍ଦ୍ର ରାଉତ, ରାଜକୁମାର ବିଶ୍ୱାଳ, ରାଜକିଶୋର ମହାନ୍ତି, ବ୍ରଜକିଶୋର ମହାରଣା, ଦେବାଶିଷ ଦାସ, ପରମେଶ୍ୱର ଓଝା, ରାଜକିଶୋର ନାୟକ,ରୋଜାଲିନ୍ ଓଝା, ବାନାମ୍ବର ସାହୁ ପ୍ରମୁଖ ସ୍ମୃତିଚାରଣ କରି ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସର୍ବଶେଷରେ ତାଙ୍କ ପୁଅ ମିଲନ୍ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO