ନୂଆଦିଲ୍ଲୀ– ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଅତ୍ୟାଚାର ଥମିବାର ନାମ ନେଉ ନାହିଁ । ସିନ୍ଧ ରାଜ୍ୟରେ ଘୋଟକି ଠାରେ ହିନ୍ଦୁ ଡାକ୍ତରୀ ଛାତ୍ରା ନମ୍ରତା ଚନ୍ଦାନୀଙ୍କୁ ହତ୍ୟା କରାଯିବା ପରେ କରାଚୀ ସହରରେ ଅସନ୍ତୋଷ ଦେଖା ଦେଇଛି । ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ଲୋକ ମାନେ ଏହା ବିରୁଦ୍ଧରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ କରାଚୀ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନମ୍ରତାଙ୍କୁ ଇସଲାମରେ ଧର୍ମାନ୍ତରିତ କରିବାକୁ ଚେଷ୍ଟା କରାଯାଇଥିଲା । ଏହା ପରେ ସେ ଏଥିରେ ରାଜି ନ ହେବା କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାଙ୍କ ଶବ ହଷ୍ଟେଲର ରୁମରେ ମିଳିଥିଲା ।
ମୃତକ ନମ୍ରତାଙ୍କ ଭାଇ ଡ. ବିଶାଲ ସୁନ୍ଦର କହିଛନ୍ତି ଯେ ତାଙ୍କ ଭଉଣୀର ଶରୀରର ବିଭିନ୍ନ ଭାଗରେ ଅନେକ ଦାଗ ରହିଛି । ତାଙ୍କୁ ହତ୍ୟା କରାଯାଇଛି । ସେମାନେ ସଂଖ୍ୟାଲଘୁ ତେଣୁ ତାଙ୍କ ପାଇଁ ଲୋକ ମାନେ ଠିଆ ହୁଅନ୍ତୁ ବୋଲି ସେ ଅପିଲ କରିଛନ୍ତି ।