ଭୁବନେଶ୍ୱର – ଆଗାମୀ ୩ ବର୍ଷରେ ରାଜ୍ୟ ସରକାର ୩୦୦ ବସ କିଣିବେ । ବର୍ଷକୁ ୧୦୦ ଟି ବସ ହିସାବରେ ୩୦୦ ବସ କିଣାଯିବ । ଏଥିପାଇଁ ୮୦ କୋଟି ବ୍ୟୟବରାଦ କରାଯାଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନରେ ଲିଖିତ ଉତର ରଖି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟର ସମସ୍ତ ୩୧୪ ବ୍ଲକର ସବୁ ସଦର ମହକୁମା କୁ ବସ ସୁବିଧା ଯୋଗାଇ ଦିଆଯାଇଛି । ମୋଟ ୬୮୦୨ଟି ପଂଚାୟତରୁ ୬୭୪୮ଟି ପଂଚାୟତକୁ ବସସେବା ଯୋଗାଇ ଦିଆଯାଇଛି । ଅବଶିଷ୍ଟ ୪୪ଟି ପଂଚାୟତକୁ ସଡକ ଯୋଗାଯୋଗ ନଥିବାରୁ ବସ୍ ଚଳାଚଳ ହୋଇପାରିନାହିଁ ।
ରୋଡ୍ ଟ୍ରାନ୍ସପୋର୍ଟ ଇୟର ବୁକ୍ – ୨୦୧୭ ଅନୁସାରେ ଭାରତରେ ୧ ଲକ୍ଷ କୋକଙ୍କ ପାଇଁ ହାରାହାରି ୨୨ଟି ବସ ଚଳାଚଳ କରୁଥିବା ବେଳେ ଓଡ଼ିଶାରେ ୩୨ଟି ବସ ଚାଲୁଛି । ବର୍ତମାନ ରାଜ୍ୟରେ ୧୦ ହଜାର ୪୨୧ ବେସରକାରୀ ବସ ଚାଲୁଥିବା ବେଳେ ୪୧୪ଟି ସରକାରୀ ବସ ଚାଲୁଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।