ନୂଆଦିଲ୍ଲୀ– ଦେଶ ବିରୋଧୀ ଷଡଯନ୍ତ୍ର ରଚିଥିବା ଆରୋପରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ଦିଲ୍ଲୀରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି । ସ୍ପେଶାଲ ସେଲ ଉତର ପୂର୍ବ ଦିଲ୍ଲୀରେ ସାଂପ୍ରଦୟିକ ହିଂସା ଉସୁକାଇବା ପାଇଁ ଷଡଯନ୍ତ୍ର ରଚିବା ଆରୋପରେ ପିଏଫଆଇର ସଭାପତି ପରଭେଜଙ୍କୁ ଅଟକ ରଖିଛି । ଅନ୍ୟପକ୍ଷରେ ସେକ୍ରେଟାରୀ ଇଲିୟାସଙ୍କୁ ସ୍ପେଶାଲ ସେଲ୍ ଗିରଫ କରିଛି । ଇଲିୟାସ ବିରୋଧରେ ସାହିନ ବାଗରେ ହିଂସା ଲାଗି ଲୋକଙ୍କୁ ଫଣ୍ଡ ଯୋଗାଇ ଦେବାର ଆରୋପ ହୋଇଛି । ଇଲିୟାସ୍ ଶିବ ବିହାରର ବାସିନ୍ଦା । ଏହା ପୂର୍ବରୁ ପିଏଫଆଇର ସଦସ୍ୟ ଦାନିଶଙ୍କୁ ମଧ୍ୟ ସ୍ପେଶାଲ ଗିରଫ କରି ସାରିଛି । ସଂପ୍ରତି ପୋଲିସ ତିନି ଜଣଙ୍କୁ ଜେରା କରୁଛି ।
ଏହା ପୂର୍ବର ସ୍ପେଶାଲ କାଶ୍ମୀରୀର ମୂଳ ନିବାସୀ ପତି-ପତ୍ନୀଙ୍କୁ ଜାମିଆ ନଗରର ଅଖୋଲ ବିହାରରୁ ଗିରଫ କରିଥିଲା । ଦଂପତିଙ୍କୁ ଆଇଏସ ଆତଙ୍କୀ ସଂଗଠନ ସହିତ ଅଂପର୍କ ଥିବା ଆରୋପରେ ଗିରଫ କରାଯାଇଥିଲା । ମାତ୍ର ସେମାନଙ୍କୁ ଜେରା ଏବଂ ଜବତ ଦସ୍ତାବିଜର ଯାଂଚ କରିବା ପରେ ଉଭୟ ପିଏଫଆଇ ସହ ଜଡିତ ଥିବାର ପ୍ରମାଣ ମିଳିଥିଲା । ଏହା ପରେ ଆଇଏସ ଓ ପିଏଫଆଇ ମଧ୍ୟରେ ଥିବା ସଂପର୍କକୁ ନେଇ ସୁରକ୍ଷା ଏଜେନ୍ସି ଓ ସ୍ପେଶାଲ ସେଲ୍ ତଦନ୍ତ ଜୋରଦାର କରିଛି । ପୋଲିସ ଅନୁଯାୟୀ ଆଗାମୀ ଦିନରେ ପିଏଫଆଇ ସହ ଜଡିତ କିଛି ବ୍ୟକ୍ତିଙ୍କ ଗିରଫଦାରୀ ହୋଇପାରେ ।
ଏହା ପୂର୍ବରୁ ଗିରଫଦାରୀ ହୋଇଥିବା ପିଏଫଆଇର ସଦସ୍ୟ ଦାନିଶ ସିଏଏ ଓ ଏନଆରସି ବିରୋଧରେ ପୋଷ୍ଟର ବାଂଟିବା ସହିତ ମାହୋଲ ବିଗାଡି ଲାଗି ଷଡଯନ୍ତ୍ର ରଚୁଥିଲା । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ଦାନିଶ ପିଏଫଆଇର ଶାଖା କାଉଂଟର ଇଂଟେଲିଜେନ୍ସର ମୁଖ୍ୟ । ସେ ଜାମିଆରେ ସିଏଏ ବିରୋଧୀ ପ୍ରଦର୍ଶନକ ସଂଚାଳନ କରୁଥିଲା ।