ଦିଗପହଣ୍ଡି – ଦିଗପହଣ୍ଡି ସ୍ଥିତ ଗ୍ରୀନ ରେଭ୍ୟୁଲେଶନ୍ କ୍ଳବ ପକ୍ଷରୁ ସ୍ଥାନୀୟ ରାମଚନ୍ଦ୍ର କଲ୍ୟାଣ ମଣ୍ଡପ ପରିସରରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଆଇନଜୀବି କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ସଭାରେ କ୍ଳବ ସଭାପତି ତପନ କୁମାର ମିଶ୍ର ସଭାପତିତ୍ବ କରିଥିଲେ।ସଭ୍ୟ ସଂଗ୍ରହ ଓ ସାଙ୍ଗଠନିକ ଅଭିବୃଦ୍ଧି ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଙ୍ଘ ପକ୍ଷରୁ ସହର ରେ ପରିବେଶ ସୁରକ୍ଷା ଓ ବ୍ୟାପକ ବୃକ୍ଷ ଚାରା ରୋପଣ ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆ ଯିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।ସହରରେ ଥିବା ୨ ଟି ଶ୍ମଶାନ କୁ ନିୟମିତ ବ୍ୟବଧାନରେ ସଫେଇ କରାଯିବା ସହ ଆଲୋକି କରଣ ପାଇଁ ସ୍ଥାନୀୟ ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଗତ ପ୍ରସ୍ତାବ ଗୃହୀତ କରାଯାଇଥିଲା। କ୍ଳବ ସମ୍ପାଦକ ଭି. ପ୍ରମୋଦ କୁମାର ରାଜୁ,ବସନ୍ତ କୁମାର ପଟ୍ଟନାୟକ,ଅଶେଷ ନାଥ ମିଶ୍ର, ସିମାଞ୍ଚଳ ପଣ୍ଡା,ମନୋରଞ୍ଜନ ପଣ୍ଡା,ବିପିନ ବିହାରୀ ପଟ୍ଟନାୟକ,ସଂଗ୍ରାମ କୁମାର ରଥ, ଅମ୍ବିକା ପ୍ରସାଦ ସେଠୀ,ଗଦାଧର ସ୍ବାଇଁ, ପ୍ରଦୀପ କୁମାର ପଣ୍ଡା, ଭି. ପ୍ରଦୀପ କୁମାର ରାଜୁ, ଏ. ସତ୍ୟନାରାୟଣ ରାଓ, ଶ୍ରୀନିବାସ ମହାନ୍ତି,ଭି. ପ୍ରଶାନ୍ତ କୁମାର ରାଜୁ ପ୍ରମୁଖ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Related Stories
November 23, 2024