ଇସଲାମାବାଦ – ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାକ ଅଧିକୃତ କାଶ୍ମୀରର ମୁଜଫରାବାଦ ରାଲୀରେ ପାକିସ୍ତାନ ବିରୋଧୀ ନାରାବାଜୀ କରିଥିବା 11 ଜଣ ଛାତ୍ରଙ୍କ ବିରୁଦ୍ଧରେ ପାକିସ୍ତାନ ସରକାର ଦେଶଦ୍ରୋହର ମାମଲା ରୁଜୁ କରିଛି ।
ଉଲ୍ଲେଖନୀୟ ଯେ ଗତ 13 ସେପ୍ଚେମ୍ବର ଦିନ ଇମରାନ ଖାନ ପାକ ଅଧିକୃତ କାଶ୍ମୀରର ମୁଜଫରାବାଦ ଠାରେ ଏକ ରାଲୀକୁ ସମ୍ବୋଧିତ କରିଥିଲେ । ଏହି ରାଲୀରେ ଶତାଧିକ ଛାତ୍ର ଇମରାନ ଖାନ ଓ ପାକିସ୍ତାନ ବିରୋଧୀ ନାରାବାଜୀ କରିଥିଲେ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଇମରାନ ଖାନଙ୍କ ଏହି ରାଲୀ ପାଇଁ ସ୍ଥାନୀୟ ଲୋକ ମାନେ ଆସି ନ ଥିବା ବେଳେ ପାକିସ୍ତାନୀ ସରକାର ରାୱଲପିଣ୍ଡି ଓ ଏବାଟାବାଦରୁ ଲୋକ ମାନଙ୍କୁ ଟ୍ରକରେ ଭର୍ତି କରି ଏଠାକୁ ଆଣିଥିଲା । ଏହି ରାଲୀ ସମ୍ପୂର୍ଣ ଭାବେ ଫ୍ଲପ ହୋଇଥିଲା । ସ୍ଥାନୀୟ ଲୋକ ମାନେ ପାକିସ୍ତାନ ଓ ଇମରାନ ଖାନଙ୍କୁ ବିରୋଧ କରିଥିଲେ ।
Related Stories
August 20, 2024
August 5, 2024