ଜୟପୁର– ଜୟପୁର ଲେକ୍ ପ୍ଲେସିଡ ଫଙ୍କସନ ହଲ୍ ଠାରେ କୋରାପୁଟ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁନ୍ଦର ଶରୀର ସଂଘ ତରଫରୁ ରାଜ୍ୟ ସ୍ତରିୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମାର୍ସାଲ ୱାରିୟମ ଜିମ୍ ଜୟପୁର ତରଫରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସନ୍ତୋଷ କ୍ଲାସିକ ୨୦୨୦ ନାମରେ ଆୟୋଜିତ ହୋଇଥିଲା । ଏଥିରେ ବିବିନ୍ନ କିଲୋ ବର୍ଗର ପ୍ରତିଯୋଗି ମାନେ ରାଜ୍ୟର ୩୦ ଟି ଜିଲାରୁ ଯୋଗଦାନ କରିଥିଲେ । ୨୧୦ ଜଣ ପ୍ରତିଯୋଗୀ ୫୫ କିଲୋ ବର୍ଗ ରେ ଭାଗ ନେଇଥିବା ବେଳେ ପ୍ରଥମ ସ୍ଥାନ ସୁଶାନ୍ତ ମଣିଆକା, ଦ୍ୱିତିୟ ଅର୍ଜୁନ ଅଡାରି, ତୃତିୟ ସ୍ଥାନ ଜଗନ୍ନାଥ ପରଜା, ଚତୁର୍ଥ ସ୍ଥାନ ଅକ୍ଷୟ କୁମାର ପ୍ରଧାନ ଓ ପଂଚମ ସ୍ଥାନ ପ୍ରଫୁଲ କୁମାର ଗୁଣ୍ଠା ଅଧିକାର କରିଛନ୍ତି । ୬୦ କିଲୋ ବର୍ଗରେ ପ୍ରଥମ ସ୍ଥାନ ବିକାଶ ରାମ, ଦ୍ୱିତିୟ ସ୍ଥାନ କାର୍ତିକ ଦାସ, ତୃତିୟ ସ୍ଥାନ ଶଙ୍କର ମେହେର, ଚତୁର୍ଥ ସ୍ଥାନଟି ଧିରଜ କୁମାର ରାଓ ଓ ପଂଚମ ସ୍ଥାନ ଜୟରାମ ବଡନାୟକ ଅଧିକାର କରିଛନ୍ତି । ୬୫ କିଲୋ ବର୍ଗରେ ପ୍ରଥମ ସ୍ଥାନ ଭୋଳା ନାୟକ, ଦ୍ୱିତିୟ ସ୍ଥାନ ରୁମନ ବର୍ଗଭା, ତୃତିୟ ସ୍ଥାନ ସୁରେନ୍ଦ୍ର କୁମାର ଦାଶ, ଚତୁର୍ଥ ସ୍ଥାନ ମହେଶ ନରେଶୁ, ପଂଚମ ସ୍ଥାନ ସଂଗ୍ରାମ କେଶରି ପ୍ରଧାନ । ଖେଳୁଆଡ ବର୍ଗରେ ପ୍ରଥମ ସୁମନ ବଗର୍ତି, ଦ୍ୱିତିୟ ରବିନ କୁମାର ସାହୁ, ତୃତିୟ ସନ୍ଦିପ କୁମାର ଡାଲି, ଚତୁର୍ଥ ସନ୍ତୋଷ ବକ୍ସି ଓ ପଂଚମ ସ୍ଥାନ ରୁତୁରାଜ ରାଉତ ଅଧିକାର କରିଛନ୍ତି । ଦିବ୍ୟାଙ୍ଗ ବର୍ଗରେ ପୌରପରିଷଦ ବ୍ୟାୟାମ ଶାଳା କୋରାପୁଟର ଜଗନ୍ନାଥ ପରଜା ପାଇଥିବା ବେଳେ ଶେଷରେ ପ୍ରତ୍ୟେକ ବର୍ଗରୁ ନେଇ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ସମ୍ବଲପୁରର ସୌରଭ କୁମାର ସାହୁ ଚମ୍ପିଆନ ହୋଇଥିଲେ ।
ଏଥିରେ ବିଶିଷ୍ଟ ଅତିଥି ଭାବେ ନିରଞ୍ଜନ ଦାସ ଓ କିଶୋର ଚନ୍ଦ୍ର ହୋତା ଯୋଗେଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ତଥା ନଗଦ ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲେ । ରାଜ୍ୟ କଳିଙ୍ଗ ବଡି ବିଲିଡିଙ୍ଗ ଓ ମେନ୍ସ ଫେସନର ସବ ଜଜ ଓ ଅଫିସିଆଲ କାର୍ଯ୍ୟ ତୁଲାଇଥିଲେ । ଜଗଦିଶ କୁମାର ମିଶ୍ର କୋରାପୁଟ ଜିଲାରେ ଏକ ବଡି ବିଲିଡିଙ୍ଗ ଓ ମେନ ଫେସନ ଓଲଫର ଫଣ୍ଡ କରାଯାଇ ଏହାକୁ ଏକ ଏକଡେମି ଭାବେ ପ୍ରତିÂା କରାଯିବ ବୋଲି ଦୃଢେ଼ାକ୍ତି ବାଢିଥିଲେ । ସଭାପତି ନରେନ୍ଦ୍ର ନାଥ ନାୟକ, ଉପ ସଭାପତି ଜଗଦୀଶ ଚନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ସନ୍ତୋଷ ନାୟକ, ପ୍ରଦିପ କୁମାର ମହାପାତ୍ର, ତୁଳସୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।