
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନାପୁର ସମୁଦ୍ର ନିକଟରେ ଲୋକମାନେ ଏକ ତିମିମାଛ ଦେଖିବାକୁ ପାଇଥିଲେ। ସୋନାପୁର ପୁର ଅଞ୍ଚଳର କିଛି ମତ୍ସଜୀବୀ ମାନେ ସମୁଦ୍ରରେ ମାଛ ଧରିବା ସମୟରେ ଜାଲରେ ଏକ ବିରାଟକାୟ ମାଛ ଲାଗିବାରୁ ଜାଲକୁ ସମୁଦ୍ର ତଟକୁ ଆଣି ଜାଲରେ ଏକ ବିରାଟକାୟ ତିମି ମାଛ ଲାଗିଥିବା ଜଣାପଡିଥିଲା। ଏହି ତିମି ମାଛର ଲମ୍ବ ପ୍ରାୟ ୨୫ରୁ ୨୭ ଫୁଟ ହୋଇଥିବା ଜଣାପଡିଛି । ଆଜି ଏହି ବିରାଟକାୟ ତିମି ମାଛକୁ ସମୁଦ୍ର ଭିତରକୁ ଛାଡିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଯଥେଷ୍ଟ ଗଭୀରତା ନହେବାରୁ ପୁଣି ତିମି ମାଛଟି ସମୁଦ୍ର କୂଳରେ ଆସି ଲାଗିଯାଇଛି । ସମୁଦ୍ର କୂଳରେ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ତିମି ମାଛକୁ କେଉଁ ପ୍ରକାରର ସମୁଦ୍ରର ଗଭୀରତା ଜାଗାରେ ପହଂଚିବ ତାହାର ଚେଷ୍ଟା କରିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।