ବାରିପଦା– ବାରିପଦାସ୍ଥିତ ପିଆରଏମ୍ ମେଡ଼ିକାଲରେ ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରାଧିନ କଏଦୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହୋଇଯାଇଛି । ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଂଚଳର ବାସିନ୍ଦା ହୋଇଥିବା ବେଳେ ମୟୁରଭଂଜ ଜିଲ୍ଲା ମୋରଡ଼ା ଅଂଚଳରେ ପ୍ରେମ ବିବାହ କରି ବସବାସ କରି ଆସୁଥିଲେ । ତେବେ ଗତ ଶୁକ୍ରବାର ଦିନ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ କୁମୁଦିନୀ ମହାକୁଡ଼ଙ୍କୁ ପିଟାମରା କରିଥିଲେ । ଯାହାକୁ ନେଇ ସ୍ତ୍ରୀ କୁମୁଦିନୀ ମୋରଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସ୍ୱାମୀ ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା ଏବଂ କାରାଗାରରେ ହଠାତ୍ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜେଲ୍ କର୍ତୃପକ୍ଷ ମେଡ଼ିକାଲରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥାନ୍ତି । ଯଦି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ତେବେ ହଠାତ୍ କେଉଁ କାରଣଣୁ ଅସୁସ୍ଥ ହେଲେ ଏହାକୁ ନେଇ ପ୍ରଶ୍ନ ଉଠିଛି ।
Related Stories
November 23, 2024
November 23, 2024
November 23, 2024