
ଭଞ୍ଜନଗର– ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ସକାଳ ୯ଟା ସମୟରେ ସୋରଡ଼ା ରୁ ଭଞ୍ଜନଗର ଫେରୁଥିବା ବେଳେ କଣ୍ଟେଇପଲ୍ଲୀ ନିକଟରେ ଏକ ସ୍କୁଟି ଦୁର୍ଘଟଣା ରେ ଆହତ ହୋଇଥିବା ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ଅଟୋ ସାହାଯ୍ୟରେ ଭଞ୍ଜନଗର ମେଡିକାଲ କୁ ପଠେଇ ମାନବିକତା ର ପରିଚୟ ଦେଇଛନ୍ତି।ସୂଚନା ମୁତାବକ କାହ୍ନୁ ଚରଣ ଶତପଥି, ପତ୍ନୀ କଳ୍ପନା ଶତପଥି ଓ ନିଜର ୨ ପୁଅ ଝିଅ କୁ ସ୍କୁଟିରେ ଜଗନ୍ନାଥ ପ୍ରସାଦ ରୁ ସୋରଡ଼ା ନିକଟ ସିଦ୍ଧପୁର ଗ୍ରାମକୁ ଯାଉଥିବା ବେଳେ ଉକ୍ତ ସ୍ଥାନରେ ସମ୍ନାରୁ ହଠାତ ଏକ ଗାଡ଼ି ଆସିଯିବାରୁ କାହ୍ନୁଙ୍କ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।ଫଳରେ କଳ୍ପନା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ।ସେହିସମୟ ରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ସେହି ରାସ୍ତାରେ ଆସୁଥିବା ବେଳେ ଏହା ଦେଖି ଆହତ ମାନଙ୍କୁ ଉଦ୍ଧାର କରି ଅଟୋ ଯୋଗେ ସମସ୍ତଙ୍କୁ ମେଡିକାଲ ପଠେଇଥିଲେ।ହେଲେ କଳ୍ପନା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।ଉପଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ସମସ୍ତେ ପ୍ରଶଂସା କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO