କୁକୁଡାଖଣ୍ଡି – କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟସ୍ଥ ମେଣ୍ଢାରାଜପୁର ବିଦ୍ୟୁତ ଦୁର୍ଘଟଣା ରେ 11ଜଣ ମୁର୍ତ୍ୟୁ ବରଣ ସାରା ଓଡିଶା ରେ ଚହଳ ପକାଇ ଥିଲା l ଠିକ ତାର ଦୁଇ ଦିନ ପରେ ବେଲଗୁଣ୍ଠା ସନ୍ନିକଟ କୋକଲୁଣ୍ଡା ଠାରେ ବିଦ୍ୟୁତ ଆଘାତ ରେ ଜେଜେ ମା ଓ ନାତିଙ୍କ ମୃତ୍ୟୁ ଘଟିଥିଲା l ମେଣ୍ଢାରାଜପୁର ଘଟଣା ପରେ ରାଜ୍ୟସରକାର ସମସ୍ତ ଅସଜଡ଼ା ବିତ୍ୟୁତ ଭିତିଭୂମିକୁ ସଜାଡ଼ିବାପାଇଁ ବିଦ୍ୟୁତ ବିଭାଗକୁ ନିର୍ଦେଶ ଦେଇଥିଲେ l
ହେଲେ କୁକୁଡାଖଣ୍ଡି ବିଦ୍ୟୁତ ବିଭାଗର ଦୁଷ୍ଟି ଆଡୁଆଳରେ ରହିଯାଇଛି ଜନଗହଳିପୂର୍ଣ୍ଣ ଅଞ୍ଚଳ ତଥା କୁକୁଡାଖଣ୍ଡି ତହସିଲ ଅଫିସ ନିକଟସ୍ଥ ବିଶ୍ୱେସ୍ୱର ନଗର ଥାର୍ଡ଼ଲାଇନ ରେ ଥିବା ହରି ପାଣିଗ୍ରାହୀ ଙ୍କ ଘର ସାମ୍ନାରେ ଯାଇଛି 11କେ ଭି ର ବିଦ୍ୟୁତ ତାର, ତାହା ପୁଣି ଘରଠୁ ଦୁଇ ମିଟର ଦୂରରେ, ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ସେଠି ବସବାସ କରିବାକୁ ଡରୁଛନ୍ତି l ଏ ନେଇ ହରି ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ କିନ୍ତୁ ସେ କର୍ଣ୍ଣପାତ କରୁନାହାନ୍ତି l ଏହି ଟ୍ରାନ୍ସଫରମର କେତେବେଳେ କେଉଁ ଅଘଟଣ ଘଟାଇବା କିଛି କହିହବନି, କେବେ ପ୍ରଶାସନ ର ନିଦ୍ରା ଭାଙ୍ଗିବ ତାହା ସମୟ କହିବ l