ସେହିପରି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲାର ସର୍ବ ପୁରାତନ ଚିନିଶିଳ୍ପ କାରଖାନାଟି ସରକାରଙ୍କ ଅପାରଗତା ଯୋଗୁଁ ନିଲାମ ହେବାକୁ ବସିଲାଣି । କାରଖାନାଟିକୁ କେନ୍ଦ୍ର ସରକାର ତୁରନ୍ତ ୩୦ କୋଟି ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦେଲେ ୭ହଜାରରୁ ଅଧିକ ଚାଷୀ ଓ ୨୦ ହଜାରରୁ ଅଧିକ ଶ୍ରମିକ ଦୀର୍ଘସ୍ଥାୟୀ ଦାନା ପାଇବାର ସୁବିଧା ପାଇ ପାରିବେ । ଅପରପକ୍ଷରେ ବର୍ତମାନ ଜିଲ୍ଲାରେ ପ୍ରାୟ ୫ ଲକ୍ଷ କ୍ୱିଂଟାଲ ଧାନ ଚାଷୀମାନେ ବିକ୍ରି କରି ପାରି ନାହାନ୍ତି । ଗୋଦାମଘର ନ ଥିବା ଏବଂ ଟୋକନ ଦେବାରେ ଅବହେଳା ଯୋଗୁଁ ଚାଷୀମାନେ ନିର୍ଦ୍ଧାରିତ ଦରଠାରୁ ଧାନ କ୍ୱିଂଟାଲ ପିଚ୍ଛା ୧୨ଶହ ରୁ ୧୩ ଶହ ଟଙ୍କାରେ ଆନ୍ଧ୍ର ବେପାରୀମାନଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ କାଳିଆ ଓ ପି.ଏମ୍ କିଷାନ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସହାୟତା ମିଳିନାହିଁ । ଜଳସେଚନ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ । ସଂରକ୍ଷଣ ପାଇଁ ଶୀତଳଭଣ୍ଡାରଟିଏ ନାହିଁ । କାମଧନ୍ଦା ନ ପାଇ ଜିଲ୍ଲାର ୭ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ବୋଲି ସେ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଯୁଗ୍ମ ସଂଯୋଜକ ରଶ୍ମି ରଞ୍ଜନ ପଟ୍ଟନାୟକ, କିଷାନ କିଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ସୁବାଷ ରାଉତ, ସାଧାରଣ ସମ୍ପାଦକ ସାଇ ପ୍ରସାଦ ପାତ୍ର, ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପ୍ରମୁଖ ଉଭୟ ସରକାରର ଚାଷୀମାରନ ନୀତି ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।