ମାଲକାନଗିରି- ମାଲକାନଗିରି ମହାବିଦ୍ୟାଳୟ ଶିକ୍ଷା ଓ ସମ୍ମାନ ବିଭାଗ ତରଫରୁ ଯୁକ୍ତ ୩ କଳା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଗୌତମ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗି ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ରୂପେ ବାଣିଜ୍ୟ ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ୱାଇଁ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନରେ ଏକାଗ୍ରତା ପୂର୍ବକ ଉତମ ମାର୍କ ରଖି ପରୀକ୍ଷାରେ ଉତୀର୍ଣ୍ଣ ହେବା ଏବଂ ପ୍ରତ୍ୟେକ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ ।
ଏହି ବିଦାୟକାଳୀନ ସଭାରେ ଯୁକ୍ତ ୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେଯୋଗ ଦେଇଥିଲେ । ଅଧ୍ୟାପିକା ସୀତାଶୁଂ ମାଳିନୀ ପରିଡ଼ା ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗର ଏହି କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ବେଶ୍ ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧନା ଅବସରରେ ସୋନାଲି ରାଉତ, ରାଜା ବୁରୁଜା, ନିତ୍ୟାନନ୍ଦ ସରକାର ସାନ ଭାଇମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଦ୍ୱିତୀୟ ବର୍ଷର ଛାତ୍ର ସମୀରନ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।