-
ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ଏହି ଟ୍ରେନ ସହାୟକ ହେବ I
-
ଏହି ଟ୍ରେନ ଏକ ସର୍କୁଲାର ଟ୍ରେନ ଭଳି ଚଳାଚଳ କରିବ I
-
ଭୁବନେଶ୍ୱର ଠାରୁ ଏହି ଟ୍ରେନ ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଯିବ ଓ ସେଠାରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଫେରିବ I
-
କଟକ ସହରର ବହିର୍ଭାଗ ଯାତ୍ରୀ ମାନଙ୍କ ସହିତ ଆଠଗଡ଼, ଚୌଦ୍ୱାର, ନରାଜ ମାର୍ଥାପୁର, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀମାନେ ଉପକୃତ ହେବେ I ଏହି ଅଞ୍ଚଳର ଲୋକମାନେ ଭୁବନେଶ୍ୱର ସହିତ ଟ୍ରେନ ଦ୍ୱାରା ସୁବିଧାରେ ଯୋଡିହେଇ ପାରିବେ I
ଟ୍ରେନ ଯାତ୍ରୀ ମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ସୁବିଧା ଯୋଗାଇଦେବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ଅପରାହ୍ନ ସମୟରେ ଭୁବନେଶ୍ୱର ଓ କଟକ ମଧ୍ୟରେ ଏକ ଜନସାଧାରଣ ସ୍ପେସିଆଲ ଟ୍ରେନ ଚଳାଚଳ କରାଇବାକୁ ସ୍ଥିର କରାଯାଇଅଛି ଯାହାକି ମାର୍ଚ୍ଚ ମାସ ପହିଲା ଠାରୁ ୩୧ ତାରିଖ ମଧ୍ୟରେ ଚଳାଚଳ କରିବ I
08460 ଭୁବନେଶ୍ୱର-କଟକ ଜନସାଧାରଣ ସ୍ପେସିଆଲ ଟ୍ରେନ ଭୁବନେଶ୍ୱର ଠାରୁ ଅପରାହ୍ନ ୧ଘ.୩୦ମି.ରେ ଛାଡି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଠାରେ ଅପରାହ୍ନ ୨ଘ.୩୦ମି.ରେ ପହଞ୍ଚିବ I ଫେରିବା ମାର୍ଗରେ ଏହି ଟ୍ରେନ କଟକ ଠାରୁ ଅପରାହ୍ନ ୨ଘ.୪୦ମି.ରେ ଛାଡି ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଠାରେ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚିବ I
ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଫେରିବା ପଥରେ ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରେପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନ ମାନଙ୍କରେ ରହଣି କରିବ I
ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ସ୍ପେସିଆଲ ଟ୍ରେନ ଚଳାଚଳ ପାଇଁ ଏକ ମେମୁ ଟ୍ରେନ କୁ ଉପଯୋଗ କରାଯିବ ଯାହାକି ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହିତ ଆଖପାଖ ଯଥା ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀମାନଙ୍କ ଗମନାଗମନ ପାଇଁ ସହାୟକ ହେବ I ପୂର୍ବତଟ ରେଳପଥ ଯାତ୍ରୀ ପରିବହନ ପାଇଁ ଏକ ଅତିରିକ୍ତ ଭାବନା ସହିତ ଗମନାଗମନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଅଛି ଯେପରି ଯାତ୍ରୀ ଭିଡ଼ ସମସ୍ୟା ଦୂର ହୋଇ ପାରିବ ଏବଂ ଜନସଂଖ୍ୟା ବୃଦ୍ଧି ଜନିତ ଗାଡିମଟର ବୃଦ୍ଧି ଯୋଗୁଁ ଅହେତୁକ ଭିଡକୁ ଏଡାଇ ଦିଆଯାଇପାରିବ I