
ଭୁବନେଶ୍ୱର- ବିରୋଧି ଦଳର ନେତା ପ୍ରଦୀପ ନାଏକ ବିଧାନସଭାରେ ସରକାରୀ ଚାକିରୀରେ କୁତ୍ସିତ ଚୁକ୍ତିଭିତିକ ନିଯୁକ୍ତି ପ୍ରଥାକୁ କଠୋର ସମାଲୋଚନା କରିବା ସହ ମାସିକ ମାତ୍ର ୮୮୮୦ ଟଙ୍କା ବେତନରେ ଏହି କର୍ମଚାରୀ ମାନେ କପରି ପରିବାର ପ୍ରତିପୋଷଣ କରିବେ ପ୍ରଶ୍ନ ପଚାରିବା ସହ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ରାଜ୍ୟରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ପାଇଁ ଏକ ଗୃହ କମିଟି ଗଠନ କରିବାକୁ ଦାବି କରିବା ସହ ସରକାର ତୁରନ୍ତ ଏ ପ୍ରକାର ଗୋତି ଖଟାଇବା ପ୍ରଥାକୁ ଉଚ୍ଛେଦ କରନ୍ତୁ । ଆଜିର ମହଙ୍ଗା ଯୁଗରେ ଏକ କର୍ମଚାରୀ ପରିବାର ପ୍ରତିପୋଷଣ କରିବା ପାଇଁ ସର୍ବନିମ୍ନ ଦରମା ୨୫,୦୦୦/- ଟଙ୍କା ଲାଗୁ କରନ୍ତୁ । ଯଦି ସରକାର ପିସି କାରବାର ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ତୁରନ୍ତ ନୂତନ ଦରମା ଘୋଷଣା କରନ୍ତୁ ଓ ସପ୍ତମ ବେତନ ଲାଗୁ କରନ୍ତୁ ।
ସରକାର ଯଦି ଗୋଟିଏ ସପ୍ତାହ ମଧ୍ୟରେ ବିଧାନସଭାରେ ଘୋଷଣା ନ କରନ୍ତି ତେବେ କର୍ମଚାରୀମାନେ ଅଭିନବ ପ୍ରଥାରେ ଆନେ୍ଦାଳନ କରିବେ ବୋଲି ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ ଓ କିଷାନ ବରାଇ ଏବଂ ସମ୍ପାଦକ କ୍ଷିତିଶ ପଣ୍ଡା, ଉପସଭାପତି ପ୍ରଭାସ ଭୋଇ, ଦେବ ଦତ ସ୍ୱାଇଁ, ଜୀବନ ମହାନ୍ତି, ସଂଗଠକ ସମ୍ପାଦକ ସୁଧିର ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ବିଶ୍ୱଜିତ୍ ବିଶ୍ୱାଳ, ଅନିତା ବେହେରା, ଶୁଭଶ୍ରୀ ପିୟମ୍ବଦା ପ୍ରମୁଖ କହିଥିଲେ ।